STORYMIRROR

Barsha Swain

Tragedy Fantasy

4  

Barsha Swain

Tragedy Fantasy

ଝଡବରଷାର ସାଥି

ଝଡବରଷାର ସାଥି

1 min
233

ସମୟର ଲହରୀରେ, ବାଆର ଝଟକାରେ

ଦୂର ପାହାଡ଼ ଶିଖରରେ ଦୂର ମେଘଟା

ପିଟିହୋଇ ସତେ ଝରିପଡିଲା, 

ଭୀଷଣ ଶବଦଟାଏ କରି ।

ଭୀଷଣ ବେଗ ତାର ଦୃତ ଗତି

ବହିଯାଏ ଅତି ଜୋର୍ ରେ

ଅଲୋଡ଼ା ସେ ସଭ୍ୟଜଗତ ପାଇଁ 

ଛିଟା ଛିଟା କାଦୁଅର ଛିଟା ଆଉ 

ଦୃତ ପବନଟା ଅସନା କରେ ଘରଦ୍ୱାରକୁ।

ହେଲେ କେହି ଜାଣେ ଚାହିଁ ବସିଛି ତାକୁ, 

ଚାତକ ପରି, ମୟୂର ପରି ଅପେକ୍ଷାରତ

ଦେଖିବାକୁ ତାର ଆଗମନ କୁ ।

ଖାତିର ନାହିଁ ତାର ପାଣିକାଦୁଅକୁ, 

ଡରନାହିଁ ତାର ବଜ୍ରପାତକୁ, 

ଭୟ ନାହିଁ ବନ୍ୟାଜଳ କୁ, 

ଲାଭ କ୍ଷତିର ହିସାବ ବି କରେନି ସେ, 

କେବଳ ଦେଇଚାଲେ ନିଜର ଶ୍ରମ 

ଖରା, ଶୀତର ପ୍ରକୋପ ସହି। 

ଆସିଛି ଝଡବର୍ଷା ହେଲେ ପଛଘୁଞ୍ଚା ଦିଏନି ସେ

କରିଚାଲେ ଅକ୍ଲାନ୍ତ ପରିଶ୍ରମ 

ନ ଡରି ପରିସ୍ଥିତି କୁ ସହିଯାଏ ଅସହ୍ଯ ବେଦନା

ହସି ହସି ଆକାଶ ର ମେଘମାଳାକୁ ଦେଖି ,

ଗାଇଚାଲେ ଗୀତ କୃଷିକୁ ଆବୋରି 

ଯେତେ କଷ୍ଟ ହେଉ ସେ କେବେ ବି ନଇଁଯାଏନି,

କାହିଁକି ନା ସେ ଝଡବରଷାର ସାଥି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy