STORYMIRROR

Chinmaya Kumar Nayak

Abstract Tragedy

2  

Chinmaya Kumar Nayak

Abstract Tragedy

ଝଡ଼

ଝଡ଼

1 min
17

ଭାବନାର ସୁନାମି ନେଇ

ଝଡ଼ ବି ବେଳେବେଳେ

ପାଦଥାପି ନିରବରେ ଆସେ

ପବନ ସହ ମିଶି

ଷଡଯନ୍ତ୍ର କରି

ଉଜାଡ଼ିବାକୁ ଅର୍ଜିଥିବା

କିଛି ଅଧାଗଢ଼ା ନିରୁତା ସପନ।


ଅତର୍କିତ ଭାବେ

ଘନ ନିଶିଥରେ

ଆକ୍ରମଣ କରେ

ଅପ୍ରସ୍ତୁତ ନିରୀହ ଆତ୍ମାକୁ

ଗୃହବନ୍ଦୀ କରେ

ଅସମ୍ପୁର୍ଣ ଇତିହାସକୁ

ଏକ ଭୟାର୍ତ୍ତ ଘୁର୍ଣ୍ଣିବଳୟରେ।


ବାହାରେ ମୁହଁ ଲଦି

ମେଘର କ୍ରୋଧାନ୍ୱିତ ରୂପ

ଭିତରେ ବହୁଥାଏ

କୁଚିନ୍ତାର ଅଣଚାଷ ବାୟୁ

ଆଉ ମୁଁ ବିବେକର ଛତ୍ର ଧରି

ବସିଥାଏ ପ୍ରତୀକ୍ଷାରେ

କାଳେ ଏ ମାନସିକ ଝଡ଼

ଭାଙ୍ଗିଦେବ ଧୈର୍ଯ୍ୟର ବାଲିବନ୍ଧକୁ।


ଏ କ୍ଷଣସ୍ଥାୟୀ ନିରବ ଝଡ଼

ଏମିତି ଆସେ ଅନେକ ଥର

କିଛି ଉଜାଡ଼ିବାକୁ ନୁହେଁ

ବରଂ ଛାଡ଼ି ଦେଇଯାଏ

ଏକ ଅଭିଶପ୍ତ ମୁଷଳଟିଏ ଛାଡ଼ି

ଯାହାକୁ ମୁଁ ଘୋରି ଚାଲିଥାଏ

ମୋ ଦ୍ଵାରିକାପୁରୀର ବିଲୟ ଭୟରେ।



Rate this content
Log in

Similar oriya poem from Abstract