ଜଗତରେ କେଉଁମାନେ ଦୁଃଖ ପାଆନ୍ତି
ଜଗତରେ କେଉଁମାନେ ଦୁଃଖ ପାଆନ୍ତି
କୋଟି ଜନମର ତପସ୍ୟା ଫଳରେ
ପାଇଲ ମନ୍ୟୁଷ ଜନମ,
ସେହି ଜନମର ସାର୍ଥକ କରିଣ
ମାନିବ ପ୍ରକୃତି ନିୟମ "
ପ୍ରକୃତି ନିୟମ ମାନିଣ ଚଳିଲେ
ଜଗତେ ଖୁସିରେ ରହିବ,
ପ୍ରକୃତି ଦାନ ଯେ କରିଛି ଆମକୁ
ଅସରନ୍ତି ଯେ ବିଭବ "
ପ୍ରକୃତି କୋଳରେ ଛୋଟରୁ ବଢ଼ଇ
ତାରି ପାଣି ପବନ ଖାଇ,
ପ୍ରକୃତିର ଦାନ ଅସରନ୍ତି ଦାନ
ରଖିବା ଯତନେ ଅଟଇ "
ଶ୍ରେଷ୍ଠ ଜୀବ ବୋଲି ସ୍ୱୀକୃତି ପାଇଲୁ
ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଠାରୁ,
ତଥାପି ଅନ୍ୟାୟ କରୁଛୁ ଜଗତେ
କାର୍ଯ୍ୟରେ ଅବହେଳା କରୁ "
ଆୟ ଠାରୁ ବ୍ୟୟ ଅଧିକ କରନି
ପାଇବ ଜୀବନରେ ଦୁଃଖ,
ଋଣ କରିଥିଲେ ଶୀଘ୍ର ଯେ ସୁଝିବ
ଟିକିନିଖି ହିସାବ ରଖ "
ସମାଜର ନୀତି ନିୟମ ମାନିଣ
ଚାଲୁଥିବ ସଦା ଯେ ସର୍ବଦା,
ଅପକର୍ମ ଠାରୁ ଦୁରେଇ ରହିବ
ଥାଅ ସତ କର୍ମରେ ସର୍ବଦା "
କେବେ ଭାରସାମ୍ୟ ହରାଅ ନାହିଁ ହେ
ଯେତେ ବାଧାବିଘ୍ନ ଆସୁ,
ସୁସ୍ଥ ମନରେ ଯେ ସମାଧାନ କର
ଜୀବନରେ ହସ ଯେ ଆସୁ "
କାମ, କ୍ରୋଧ, ମୋହ ଲୋଭ ବଶବର୍ତ୍ତୀ
ହୁଅ ନାହିଁ ଜୀବନରେ,
ନିଜର ସ୍ୱାଧୀନ ହରାଅନି କେବେ
ବିଚାର କରି ବିବେକରେ "
ଛୋଟ ପିଲାମାନେ ଅବାଧ୍ୟ ହୁଅନ୍ତି
. ରାଗିବ ନାହିଁ ଜୀବନରେ
ସ୍ନେହ ଶ୍ରଦ୍ଧା ଦେଇ ବୁଝାଇଣ ଦେବ
ରଖିବ ତାକୁ ଯତନରେ "
ଆଜିର ବାଳକ କାଲି ନାଗରିକ
ଦେଶର ଅଟେ ଭବିଷ୍ୟତ,
ଯତନ କରିଲେ ରତନ ମିଳିବ
ମନ ହେବ ହେ ପୁଲକିତ "
ଜାତିର ମଙ୍ଗଳ ଚିନ୍ତିଣ ମନରେ
କରୁଥିବ ସଦା ସର୍ବଦା,
ତଥାପି ସମାଜେ ଶତ୍ରୁ ବାହାରିବେ
ଦୃଢ଼ ରଖିବ ମନ ସଦା "
ଯାହାର ଜୀବନେ ସଦାଯେ ସର୍ବଦା
ଅସୁବିଧା ଲାଗି ରହେ,
ଡରି ନଯାଇଣ ମନ ଦୃଢ଼ କରି
ପ୍ରଭୁଙ୍କୁ ସ୍ମରଣ କର ହେ "
କପାଳ ଲିଖନ କେ କରିବ ଆନ
ଯାହାଥିବ କପାଳରେ,
ବିପଦ ବେଳରେ କାତର ନହୋଇ
ରହିଥିବ ସାବଧାନରେ "
ଅନ୍ୟର ଭଲକୁ ସୁଦୃଷ୍ଟିରେ ଦେଖ
ତାର ଭଲ ଯେ ଚିନ୍ତା କରି,
ପରର ଅନିଷ୍ଟ କରନି ଜୀବନେ
ମନରେ ପ୍ରଭୁଙ୍କୁ ସୁମରି "
ଅତୀତର କଥା ନଭାବି ମନରେ
ବର୍ତ୍ତମାନର କଥା ଦେଖ,
ଭବିଷ୍ୟତ କଥା ଚିନ୍ତା ଯେ କରିଣ
ମନରେ ସାଇତି ହିଁ ରଖ "
ମନ୍ୟୁଷ ଜୀବନ ନୁହଇଁ କେବଳ
ଦିନେ ଦୁଇଦିନ କାଳର,
ସତକର୍ମ କରି ବଂଚିବ ଜୀବନେ
ହେବ ନାହିଁ କେବେ କାତର "
ବସିଣ ଖାଇଲେ ନଈ ବାଲି ସରେ
କହନ୍ତି ଯେ ମହାପୁରୁଷ,
ବସି ଖାଇବାକୁ ପରିତ୍ୟାଗ କର
ନିଜକୁ ରଖିଣ ବିଶ୍ୱାସ "
କରମ ଅଟଇ ନିଜର ଯେ ଗୁରୁ
କର୍ମରେ ଥିବ ଯେ ସୁକର୍ମ,
ସୁକର୍ମ କରିଲେ ଜୀବନ ମଧ୍ୟରେ
ହଟିଯିବ ଯେ ଅପକର୍ମ "
ଅଳସୁଆ ଦୁଃଖ ପାଇବ ଜୀବନେ
ଏକଥା ସତ୍ୟ ଯେ ପ୍ରମାଣ,
ଅଳସ ପଣକୁ ତ୍ୟାଗିବ ଜୀବନୁ
ସୁକର୍ମ କରୁଥିବ ପୁଣ "
ବିଧାତାର ଵିଧି ବଡ଼ ଯେ ବିଚିତ୍ର
ମନ୍ୟୁଷ ହାତେ କିଛି ନାହିଁ,
ସନ୍ତାନ ପାଇଁ କି ଯେତେ ଚେଷ୍ଟା କଲେ
ଭାଗ୍ୟ ରେଖାରେ ଯଦି ନାହିଁ "
ମଣିଷ ଜୀବନ ସରସ ସୁନ୍ଦର
ଗଢି ତୋଳିବାର ନାହିଁ,
ସମାଜେ କହିବ କୋମଳ ବଚନ
ପ୍ରୀତ ହେବେ ଯେ ରଘୁସାଇଁ "
ଆଦର୍ଶ ଜୀବନ ଚଳିବା ପାଇଁକି
କରୁଥିବ ସଦା ଯେ ଚେଷ୍ଟା,
ନହେଲେ ଜୀବନ ସାର୍ଥକ ହେବନି
ସଦା କରୁଥିବ ପ୍ରଚେଷ୍ଟା "
ଉପରୋକ୍ତ ନୀତି ନିୟମ ମାନିଲେ
ଜୀବନରେ ଶାନ୍ତି ପାଇବ,
ନହେଲେ ଜୀବନେ କଷ୍ଟ ଯେ ପାଇବ
ନିଜକୁ ନିଜେ ବୁଝେଇବ "
ଶାସ୍ତ୍ରର ବାଣୀକୁ ମାନିଣ ଚଳିବ
ହୃଦୟ ମଧ୍ୟେ ଭକ୍ତି କରି,
ନିଶ୍ଚୟ ଶାନ୍ତିରେ ରହିବ ଜଗତେ
ମନରୁ କେବେ ନ ପାଶୋରି "