ଜଗତେ ପଡୁଛି
ଜଗତେ ପଡୁଛି
ଜଗତେ ପଡୁଛି ହୁରି ମହାପ୍ରଭୁ
ତୁମ ପରି କେହି ନାହିଁ
ତରୁ ତୃଣ ଲତା ସଜୀବ ନିର୍ଜୀବ
ପ୍ରଚ୍ଛଦ ରେ ତୁମେ ରହି।
ସଂସାର ପଥରେ ଏ ସମସ୍ତ ସୃଷ୍ଟି
କିପରି ସମ୍ଭାଳୁ ଅଛ
କୋଟି କୋଟି ଜୀବ ତୁମ ବାହୁ ତଳେ
ପରମାୟୁ ଦେଇ ଅଛ।
ଅନନ୍ତ ଆକାଶ ଅଦୃଶ୍ୟ ପବନ
ଗିରି କାନ୍ତାର କେତେ
ସୁଦୂର ପ୍ରସାରି ନୀଳ ପାରାବାର
ପଡେ ନିତି ମୋର ନେତ୍ରେ।
ଆଲୋକ ଅନ୍ଧାର ସୁନ୍ଦର ପ୍ରକୃତି
ସବୁ ତ ଖଞ୍ଜି ଦେଇଛ
ଚାହିଁଲା ମାତ୍ରକେ ହାତ ପାଆନ୍ତାରେ
ପ୍ରାଣୀ ମନ ମୋହି ଅଛ।
ଶିଶୁର ହସରେ ମାଆର ସ୍ନେହରେ
ଗୁରୁଜୀଙ୍କ ଶିକ୍ଷା ଦାନ
ପ୍ରତି ପରିବାର ସର୍ଜନା ରେ ତୁମେ
କେ କଳି ପାରିବ ମାନ ?
ନିତି ସକାଳରେ ଏ କଥା ଭାବୁଛି
ମୁହିଁ ଦୀନ ଅକିଞ୍ଚନ
ତୁମେ ମହାବାହୁ ଜଗନ୍ନାଥ ସ୍ଵାମୀ
ସୁଖେ ଯାଉ ମୋର ଦିନ।
