Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Rani Barik

Classics

4  

Smita Rani Barik

Classics

ଜଗନ୍ନାଥଙ୍କ ଦର୍ଶନ(କାଳିଆ)

ଜଗନ୍ନାଥଙ୍କ ଦର୍ଶନ(କାଳିଆ)

1 min
339


ମନ କାହିଁ ଆଜି ଅମାନିଆ ହୁଏ

ଦେଖିବାକୁ ତୋର ମୁଖ ରେ

    ମୋ ସୁନା ଧନ ।


ପ୍ରାଣ କାହିଁ ସତେ ଉଡ଼ିଯାଏ ମୋର

ପାଇବାକୁ ତୋ ସାନିଧ୍ୟ ରେ

    ରଙ୍କୁଣି ଧନ ।  


ଜୀବନ ମୋହର ଚାଲି ଯାଆନ୍ତା କି

ଯାଆନ୍ତି ସ୍ଵର୍ଗଦ୍ଵାର ରେ

   କଳା ସାଆନ୍ତ ।


ଦେହ ମୋର କ୍ଳାନ୍ତ ହୋଇ ଯାଆନ୍ତା କି

ଗଡ଼ନ୍ତି ତୋ ବଡ଼ ଦାଣ୍ଡରେ

  କଳା ଗୋବିନ୍ଦ ।


ତୃଷାରେ ଆତୁର ହୋଇ ଯାଆନ୍ତି କି

ପିଅନ୍ତି ଟଙ୍କ ତୋରାଣି ରେ

   ରଙ୍କ ରତନ ।


ଭୋକିଲା ପେଟକୁ ମିଳି ଯାଆନ୍ତା କି

ତୋ ଅବଢ଼ା ମହା ପ୍ରସାଦ ରେ

    ଚକା ନୟନ ।


ନିଦ ଆସି ଗଲେ ମିଳି ଯାଆନ୍ତା କି

ତୋ କୋଳ ସରଗ ସୁଖ ରେ

  ନନ୍ଦ ନନ୍ଦନ ।


ତେଣୁ କାଳିଆ ରେ ମନା କରିବୁନି

ଦେବାକୁ ତୋ ଦରଶନ ରେ

   ମୋ ଗଣ୍ଠି ଧନ ।



Rate this content
Log in

Similar oriya poem from Classics