Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Abstract Classics

3  

Alekha Pasad Moharana

Abstract Classics

ବୈକୁଣ୍ଠେ ରହିବୁ

ବୈକୁଣ୍ଠେ ରହିବୁ

1 min
197



ମଣିଷ ଜୀବନ ଅଳିକ ସଂସାରେ

ଆଜି ଅଛି କାଲିକି ନାହିଁ

ପାଣିର ଫୋଟକା ମିକାଏ ଯେପରି

ଶରୀରବି ଯାଏ ଧୋଇ (୧)

ବିଭବ ଦୌଲତ ଯଶ ମାନପତ୍ର

ଦାରା ସୁତ ପରିଜନ

ଯିବେ ନାହିଁ ସାଥେ ରହିବେ ଦୁରେଇ

ଖାଲି ହାତେ ଯିବୁ ଧନ।(୨)

ପାର୍ଥିବ ସୁଖକୁ ସାଉଁଟି ଚାଲିଛୁ

ଗର୍ବ ଅହମିକା ଦମ୍ଭେ

ହସ ଖୁସି ପ୍ରେମ ତୋ ପାଇଁ ସପନ

କି ଯଶ ଲଭିବୁ ଭବେ?(୩)

ଲୁହ ଦେଇ ଅଛୁ କେବେ କା ନୟନେ

ସ୍ୱାର୍ଥେ ଆସେ ଯେବେ ବାଧା

ଅଭିଶାପ ବୋଝ ମୁଣ୍ଡାଇ ଚାଲିଛୁ

ନାହିଁ ବୋଧ କେବେ ଦ୍ଵିଧା ।(୪)

କେହି ରହିନାହିଁ ରହିବେ ନାହିଁରେ

ଭଵ ରଙ୍ଗ ଭୂମି ତଳେ

ଅଭିନୟ ସାରି ସର୍ବେ ବାହୁଡିବେ

କାଳର କରାଳ କୋଳେ ।(୫)

ଧରମ କରମ ହେବେ ତୋର ସାଥି

ମିଛ ମାୟା ସଂସାରରେ

ପ୍ରଭୁ ଶ୍ରୀ ଚରଣେ ଲୀନ ହୋଇଯିବୁ

ବୈକୁଣ୍ଠେ ରହିବୁ ତୁ ରେ ।୬)

ଅବିନାଶୀ ଆତ୍ମା ଭୋଗିବନି ନର୍କ

ଖୋଲିବ ମୁକ୍ତି ଦୁଆର

ସତ୍ତ୍ୱ ଗୁଣେ ତୁହି ନିଜକୁ ମଜାଇ

ପାର ହେବୁ ଭଵ ନୀର ।(୭)


Rate this content
Log in