କାଳିଆ ତୁ ଭାରି ମନୁଆ
କାଳିଆ ତୁ ଭାରି ମନୁଆ
ସତରେ କାଳିଆ ତୁ ଭାରି ମନୁଆ l
କଲୁ ସମସ୍ତଙ୍କୁ ଜଳା l କଲୁ ସମସ୍ତଙ୍କୁ ଜଳା ll
ତୋ ଵିଧିବିଧାନ ତୁ କରିଥାଉ l
ଏ ମଣିଷକୁ କଲୁ ଭୋଳା l
କିଏ କହୁଛି ମୁଁ କରାଇଲି l
କିଏଵା କହୁଛି ତୁନୁହଁ ମୁଁ ll
କିଏ କହୁଛି ମୁଁ କରାଇଲି l
କିଏବା କହୁଛି ତୁନୁହଁ ମୁଁ ll
ହା ହା ହା ହା ହା ହା ହା...
ସତରେ କାଳିଆ ତୁ ଭାରି ମନୁଆ l
ସମସ୍ତଙ୍କୁ କଲୁ ଜଳା l ସମସ୍ତଙ୍କୁ କଲୁ ଜଳା ll
ମୁରୁକିମୁରୁକି ହସର ଭିତରେ l
ମୁରୁକିମୁରୁକି ହସର ଭିତରେ l
ଦେଖିଚାଲିଛୁ ମଣିଷକୁ ତୋର
କେମିତି ହୁଅନ୍ତି ବଣା l କେମିତି ହୁଅନ୍ତି ବଣା ll
କହୁଥିବୁ ମନେମନେ ଆହେରେ ମଣିଷ l
ଏମିତି ହୁଅନା.. ଏମିତି ହୁଅନା..
ମୁଁ ଦେଖୁଛିପରା ତମର ସବୁ କାରନାମା l
ମୁଁ ଦେଖୁଛିପରା ତମର ସବୁ କାରନାମା ll
କହୁଥିବୁ ମନେମନେ ଆହେରେ ମଣିଷ l
ଏମିତି ହୁଅନା.. ଏମିତି ହୁଅନା..
ମୁଁ ଦେଖୁଛିପରା ତମର ସବୁ କାରନାମା ll
କିଲୀଳା ତୁକରୁ କିପରି ଭାବରେ
କିଲିଳା ତୁକରୁ କିପରି ଭାବରେ
ଏମଣିଷ ବୁଝିବ କାହୁଁ.. l
କିଲିଳା ତୁକରୁ କିପରି ଭାବରେ
ଏମଣିଷ ବୁଝିବ କାହୁଁ l
ସେପରା ବିଜ୍ଞାନଯୁଗରେ ଭାବୁଛି ନିଜକୁ
ଏ ଜଗତ ଭିତରେ ନିଆରା ll
ଏ ମଣିଷ ନା..
ସତରେ କେଡ଼େ ବାୟା
ସତରେ କେଡ଼େ ବାୟା ll
ସତରେ କାଳିଆ ଭାରି ତୁ ମନୁଆ l
କଲୁ ସମସ୍ତଙ୍କୁ ଜଳା ll
କଲୁ ସମସ୍ତଙ୍କୁ ଜଳା ll
ବିଦ୍ର -ମୋର ପ୍ରଥମ କବିତା ଗତ ବର୍ଷ ପବିତ୍ର ଘୋଷଯାତ୍ରାରେ ମହାପ୍ରଭୁଙ୍କ ଚରଣାବିନ୍ଦରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି... ।