STORYMIRROR

Pradeep Biswal

Classics Others

4  

Pradeep Biswal

Classics Others

ଅବିଚଳିତ ବ୍ରହ୍ମ

ଅବିଚଳିତ ବ୍ରହ୍ମ

2 mins
267


ସଭିଏଁ କୁହନ୍ତି କାଳିଆ ଆଜି

ତୋ ଯାତରା ବୋଲିକି l

କିନ୍ତୁ ମୁଁ କୁହେ ଖାଲି ଆଜି ନୁହଁ 

ସବୁ ଦିନ ତ ତାର ଯାତରା ଏମିତି l

ମା' ର ଗର୍ଭରୁ ମୁହିଁ ବାହାରି ସେଦିନ

ଭୂଇଁକି ଛୁଇଁଥିଲି ତୋ ଦର୍ଶନ କରିଣ l

ଯୋଉ ରୂପେ ଦେଖିଥିଲି ତତେ ମୁଁ ସେଦିନ 

ଆଜି ବି ଦେଖୁଛି ସେଇ ରୂପରେ ମୁହିଁ l

ବଦଳିନି କିଛି ରୂପ କାନ୍ତିରେ ତୋହର

ବଦଳି ନାହିଁ ବି ଚିନ୍ତା ଚେତନାରେ ତୋର l

ରଙ୍ଗ ବେରଙ୍ଗ ପୋଷାକ ତୋହର

ଆଜି ବି ସେମିତି l

ଝଟକୁଛି ତୋର ଦେହେ ସେଦିନ ଯେମିତି

ନୀତିକାନ୍ତି ତୋହର ତ ସେମିତି ଚାଲିଛି l

ଛତିଶା ନିଯୋଗ ପାଟକ ସେବା ସେମିତି ରହିଛି ll

ଷାଠିଏ ପଉଟି ଅନ୍ନ ତୋର ଆଜି ବି ଲାଗୁଛି l

ଆନନ୍ଦ ବଜାର ତୋର ସେମିତି ଚାଲିଛି ll

ପବିତ୍ର ବାନା ତୋର ପତିତପାବନ l

ସିଂଘ ଦ୍ୱାରେ ବସି ରହି ରଜାଙ୍କ ଭଳିଆ 

ଦର୍ଶନ ଦେଇଥାଉ ଭକ୍ତଙ୍କୁ ତୋହର ll

ବିନା ପବନରେ ଉଡ଼ୁଛି ତୋ ବାନା ଆଜି ବି ସେମିତି l

ଦୁନିଆକୁ ଦେଖଉଛୁ ସ୍ଥିର ପ୍ରକୃତି ତୋ

କେମିତି ll

ସବୁ ମୁଁ ଦେଖୁଛି ଆଜି ତୋର ସେମିତି l

ହେଲେ ବଦଳି ଯାଇଛୁ ଆଜି ଆମେ ମଣିଷ ଏମିତି ll

ଜାତି ଧର୍ମ ବର୍ଣ୍ଣରେ ଆମେ ଆଜି ବିଭାଜିତ l

ଅର୍ଥ ଲୋଭ ମୋହ ମାୟା ଆଉ କ୍ଷମତା ପାଇଁକି ll

ତୋତେ ବି ଆମେ କରିଅଛୁ ବିଭାଜିତ ଆଜି l

ମିଛ ମନ ନେଇ ଆଜି କରୁଛୁ ଚିତ୍କାର

ଈଶ୍ୱର ଆଲ୍ଲା ଯୀଶୁ ତୁ ଯେ ଆମର ll

ସବୁ ଦୋଷ ତୃଟି ଅପକର୍ମକୁ ଆମର

ଭୟେ ନଦି ଦଉଛୁ ତୋହର ଉପର ll

ନନ୍ଦିଘୋଷ ରଥ ଉପରେ ତୁ ବିଜେକରି ଆଜି

ଜାଅଣିଛି ମୁହିଁ ଆଜି ହସୁଥିବୁ ତୁହି ll

ମନେ ମନେ କହୁଥିବୁ ଆହେରେ ମଣିଷ l

ଜଗତରେ ଶ୍ରେଷ୍ଠ ବୋଲି କେମିତି ଭାବୁଛ ll

ଜନ୍ମ ଦେଇଥିଲି ମୁହିଁ ଆଉ କର୍ମକୁ ତମର l

ମାନବ ଧର୍ମ ନିଭେଇବା ଥିଲା ତୁମର ଧରମ ll

ହେଲେ ଆଖି ଥାଇ ଅନ୍ଧ ହୋଇ ଆଚରିଲ ଯେଣୁ l

କର୍ମ ଫଳ ଭୋଗିବ ତ ଅବଶ୍ୟ ହେ ତେଣୁ ll

ଏବେ ବି ସମୟ ଅଛି ଆହେରେ ମଣିଷ l

କର୍ମକୁ ଆଦରି ନେଇ ରୁହ ହେ ହରସ ll

ସେଦିନ ଯେମିତି ମୁଁ ଆଜିବି ସେମିତି l

ବାପର ଧର୍ମ ତ ମୁଁ ଆଜି ବି ପାଳୁଛି ll

ତମ ଧର୍ମ ତମ କର୍ମ ତମେରେ ନିଭାଅ l

ମାନବଧର୍ମର ବିଜୟପତାକା ଉଡ଼ାଅ ll

ସବୁ ଜାଣିକି ମୁହିଁ ଆଜି ଦୋଷୀ ମୁଁ ଭାବୁଛି l

ଭକ୍ତ ମୁଁ ତୋହାର ଆଜି କହିବାକୁ ଲାଜ ଯେ ମାଡ଼ୁଛି ll

ମମ ଧର୍ମ ମମ କର୍ମ ନିଭାଉଛି ବୋଲି l

ଭାବୁଛି ନିଜକୁ ମୁହିଁ ଆଜି ଭକତ ତୋହରି ll

ନାଇଁ ଲୋଭ ନାଇଁ ମୋହ ମନରେ ମୋହର l

କର୍ମ ମୁଁ କରି ଚାଲିଛି ଅବିଚଳିତ ମନରେ ll

ଲମ୍ବା ଜୀବନ କର୍ମ ପଥରେ

ମୋହର ଥାଏ ଯଦି ତୃଟି ll

ଦଣ୍ଡିବୁ ଅବଶ୍ୟ ମୋତେ ତୁହି l

ରାଜ ଧର୍ମକୁ ନିଭେଇ ll

ତୁ ତ ବ୍ରହ୍ମ ତୁହି ବ୍ରହ୍ମlଣ୍ଡର ସ୍ରଷ୍ଟା l

ଅବିଚଳିତ ବ୍ରହ୍ମ ତୁ ମୋର ବିଧାତା ll

ଜୟ ଜଗନ୍ନାଥ ll

ଜୟ ଜଗନ୍ନାଥ ll

ଜୟ ଜଗନ୍ନାଥ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics