STORYMIRROR

Gayatri Singh

Classics Inspirational Others

3  

Gayatri Singh

Classics Inspirational Others

ଝିପି ଝିପି ବର୍ଷା

ଝିପି ଝିପି ବର୍ଷା

1 min
183


ବର୍ଷା ହେଲେ ମନେ ପଡେ ସେଦିନ

ଆଜି ବି ସାଇତା ହୋଇ ରହିଛି 

ମନ ତଳେ

ବେଳ ଅବେଳ ରେ ଉଙ୍କି ମାରେ

ଭିଜା ମାଟିର ବାସ୍ନାରେ । 

ଦାଣ୍ଡ ଦୁଆର ପାଣି ସୁଅରେ

କାଗଜ ଡଙ୍ଗା ଭସାଇବାରେ 

ଯେଉଁ ଆନନ୍ଦ,

ଗୋଟିଏ ଛତା ତଳେ ସାଙ୍ଗ ସାଥି ମେଳେ,

ବର୍ଷା ଛିଟା ର ମଜା,

ଓଦା ସରସର ହୋଇ ଘରକୁ ଫେରିଲେ ଗାଳି ଶୁଣିବାର ଭୟ

ଶ୍ରେଣୀ ରେ ଶିକ୍ଷକ ଙ୍କ ନାଲି ଆଖୁ

ଘରେ ବାପା ମାଆ ଙ୍କ ତାଗିଦ କୁ ବହୁତ ଭୟ ଥିଲେ ବି 

ବେଶୀ ଭଲ ଲାଗେ

ରାସ୍ତା ଖାଲରେ ପୁରି ରହିଥିବା ବର୍ଷା ପାଣିରେ ଗୋଡ ପୁରାଇ ଜଳର 

ଗଭୀରତା ମାପିବାକୁ ।

କଅଁଳିଆ ଦୁବଘାସ ଭିତରୁ ସାଧବବୋହୁ ଧରି 

ଦିଆସିଲି ଖୋଳ ଭିତରେ 

ପୁରାଇ ରଖିବାର ଯେଉଁ ଖୁସି

କଙ୍କି ଧରଣ ମାଆ ମରଣ 

ଗୀତ ଗାଇ ଗାଇ

ବାରିପଟେ ଧାଇଁ ଧାଇଁ

କଙ୍କି(ପାଟପଣି) ଧରି, ତା ଲାଞ୍ଜ କୁ 

ସୂତାରେ ବାନ୍ଧି ଉଡାଇବାରେ

ଯେଉଁ ପ୍ରତିଯୋଗୀତା

ତାହା ପାଠ ରେ ନଥିଲା ।

ସତରେ ଆଜି ଅତୀତ ହେଲେ ବି 

କେତେ ଅଭୁଲା ସେ'ଦିନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics