Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract Classics

3  

Ajit Kumar Raut

Abstract Classics

ଶ୍ରୀକ୍ଷେତ୍ରର ରଥଯାତ୍ରା

ଶ୍ରୀକ୍ଷେତ୍ରର ରଥଯାତ୍ରା

1 min
177



କେହୁ କହୁଅଛି ପ୍ରଭୁ ରଥଯାତ୍ରା 


କେହୁ କୁହେ ଘୋଷଯାତ୍ରା,


ଶ୍ରୀଗୁଣ୍ଡିଚା ନାମେ ବିଖ୍ୟାତ ଏ ଯାତ୍ରା


ବଡ଼ଠାକୁରଙ୍କ ଯାତ୍ରା।୧।


ବାର ଜୁଲାଇ ରୁ କୋଡ଼ିଏ ଜୁଲାଇ


ଜଗନ୍ନାଥ ରଥଯାତ୍ରା,


ମାଉସୀ ଘରକୁ ଯିବେ ଜଗନ୍ନାଥ


ଆସୁଛି ପାର୍ବଣ ଯାତ୍ରା।୨।


ଆଷାଢ଼ ମାସର ସେ ଶୁକ୍ଳ ଦ୍ଵିତୀୟା


ପବିତ୍ର ଦିନଟି ସେହୁ,


ବଡ଼ଦାଣ୍ଡରେ ସେ ରଥରେ ବସିବେ


ଦର୍ଶନ ଦେବେଟି ସେହୁ।୩।


ନନ୍ଦିଘୋଷ ରଥେ କାଳିଆ ବସିବ


ତାଳଧ୍ଵଜେ ବଳରାମ 


ପଦ୍ମଧ୍ବଜ ରଥେ ସୁଭଦ୍ରା ଭଉଣୀ


ଦିଶୁ ଥିବ ମନୋରମ।୪।


ବଡ଼ଦାଣ୍ଡ ହେବ ଭକ୍ତ ସମାଗମ


କାଳିଆ ନାମ ଗୁଞ୍ଜନ

 

ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଏକତ୍ରିତ ତହିଁ


ଭକ୍ତଙ୍କ ଭକ୍ତି ଗୁଞ୍ଜନ।୫।


ରଥଟାଣୁଥିବେ ଭକ୍ତିପୂର୍ଣ୍ଣ ମନେ


ମୁଖେ ଥିବ ପ୍ରଭୁ ନାମ,


ଜଗନ୍ନାଥ ନାମ ଗୁଞ୍ଜନ କରିବ


ପ୍ରେମ ଭକ୍ତି ଶ୍ରଦ୍ଧା ନାମ।୬।


ନଅ ଦିନ ହେବ ପ୍ରଭୁଙ୍କ ପାର୍ବଣ


ବାହୁଡା ଯାତ୍ରା କୁ ନେଇ,


ବିଭିନ୍ନ ବେଶରେ ବିଭୂଷିତ ହେବେ


ମାଉସୀ ଘରକୁ ଯାଇ।୭।


ଶ୍ରୀକ୍ଷେତ୍ରର ଏହି ପ୍ରଭୁ ରଥଯାତ୍ରା


ଜଗତେ ବିଖ୍ୟାତ ଏହି,


ପ୍ରତି ବର୍ଷ ହୁଏ ଜଗନ୍ନାଥ ଯାତ୍ରା


ଶ୍ରୀଗୁଣ୍ଡିଚା ଯାତ୍ରା ଏହି।୮।


ବଡ଼ଦେଉଳରୁ ପ୍ରତି ବର୍ଷ ସେହୁ


ବଡ଼ଦାଣ୍ଡେ ଆଗମନ,


ଭକ୍ତଙ୍କ ଗୁହାରି ଦାଣ୍ଡରେ ଶୁଣନ୍ତି


ସ୍ଥିର ଚିତ କରି ମନ।୯।


କେହୁ କହୁଅଛି ପ୍ରଭୁ ରଥଯାତ୍ରା


କେହୁ କୁହେ ଘୋଷଯାତ୍ରା,


ଶ୍ରୀଗୁଣ୍ଡିଚା ନାମେ ବିଖ୍ୟାତ ଏ ଯାତ୍ରା


ବଡ଼ଠାକୁରଙ୍କ ଯାତ୍ରା।୦।




Rate this content
Log in

Similar oriya poem from Abstract