STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଗ୍ରୀଷ୍ମର ଏକ ସଂଧ୍ୟା

ଗ୍ରୀଷ୍ମର ଏକ ସଂଧ୍ୟା

1 min
46



ସମୟର ଚକ୍ର ଚାଲେ ନିରନ୍ତର


ନାହିଁଟି ବିଶ୍ରାମ ଜୀବନେ ତାହାର


ବସନ୍ତ ଯାଇଛି ଗ୍ରୀଷ୍ମ ଆଗଭର


ରୁଦ୍ର ପ୍ରଖର,


ଗ୍ରୀଷ୍ମର ସଂଧ୍ୟାରେ ମଧ୍ୟ ଶାନ୍ତି ନାହିଁ


ଶାନ୍ତିରେ ବସିବା ବାଟ ପାଏ କାହିଁ


ଗମଗମ  ଝାଳ ଅଥୟ ଟି ତହିଁ


ମନ ଆତୁର !!


ଅଗ୍ନି ବୃଷ୍ଟି କିବା କରେ ସୂର୍ଯ୍ୟ ଦେବ


ନାହିଁ ଶାନ୍ତି ତିଳେ ଋତୁର ପ୍ରଭାବ


ସଂଧ୍ୟାର କାଳରେ ବାଷ୍ପର ତାଣ୍ଡବ


ନାହିଁ ଟି ଶାନ୍ତି,


ବହୁ କଷ୍ଟକର ଋତୁରେ ଜୀବର


ଗରମ ଉତ୍ତାପ ଗ୍ରୀଷ୍ମର କାଳର


ସଂଧ୍ୟା କାଳ ହୁଏ ଆଉ ଭୟଙ୍କର


କଷ୍ଟ ଟ

ି ଅତି !!


କର୍ମମୟ ପରା ମନୁଷ୍ୟ ଜୀବନ


କାର୍ଯ୍ୟ କରି ଯହୁଁ କାଟିବାକୁ ଦିନ


ଗ୍ରୀଷ୍ମର ତାଣ୍ଡବ କି କରିବ ପୁନଃ


କର୍ତ୍ତବ୍ୟେ ଧ୍ୟାନ,


ବୈଶାଖୀ ପବନ ଗରମ ମିଶ୍ରଣ


ସହିବାକୁ ହୁଏ ଅତି ହିଁ କଠିନ


ବୃକ୍ଷ ଡାଳେ ଶୁଭେ ପକ୍ଷୀର କ୍ରନ୍ଦନ


ମନ ଉଚ୍ଛନ୍ନ !!


ତଥାପି ବୈଶାଖ ମାସ ଟି ପବିତ୍ର 


ଓଡ଼ିଆ ନବବର୍ଷ ଗୌରବ ଚିତ୍ର


ଗୃହ ଶୁଭ କର୍ମ ବିବାହାର ଶୂତ୍ର


ତହିଁ ଜଡ଼ିତ,


ଗରମ ସଙ୍ଗରେ ଉତ୍ସାହ ଉତ୍ସବ


ଗ୍ରୀଷ୍ମ ଋତୁ ତହିଁ କି କରି ପାରିବ


ନାହିଁ ଅସମ୍ଭବ ଶୁଭ କର୍ମ ହେବ


କର୍ମେ ଚିନ୍ତିତ !!



Rate this content
Log in

Similar oriya poem from Abstract