STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଜଗଜ୍ଜନନୀ

ଜଗଜ୍ଜନନୀ

1 min
211

ତୁ  ଜଗଜ୍ଜନନୀ  ବ୍ରହ୍ମାଣ୍ଡରେ

ଅବତରଣ ଦେବୀ ମର୍ତ୍ତ୍ୟରେ 

ଅତି ହିଁ ଖୁସି ମୃତ୍ୟୁଲୋକରେ

ଶରତ ଋତୁରେ

ଭୂଇଁ ଏ ଶସ୍ୟଶ୍ୟାମଳାରେ

ତାହାରି କୋଳରେ ।


ତୁ ଜଗଜ୍ଜନନୀ ଆବିର୍ଭାବରେ

ବର୍ଷକୁ ଥରେ ଆସୁ ଧରାରେ

ରାକ୍ଷସ ନୀତି କରୁ ଦୂରରେ

ଶକ୍ତି ତୁ ସ୍ବରୂପା

ତିନି ଭୁବନେ ଅଟୁ ତୁ ମାତା

ପୁଣି ତୁ ଅରୂପା ।


ତୁ ଜଗଜ୍ଜନନୀ ତୁ ତାରିଣୀ 

ସିଂହ ବାହିନୀ ତୁହି ଜନନୀ

ପାପ ନାଶିନୀ ଅଟୁ ଭବାନୀ

ମହିଷା ମର୍ଦ୍ଦିନୀ

କରୁଣା କର ମାତା ତାରିଣୀ

ଦୁଷ୍ଟ ବିନାଶିନୀ ।


ତୁ  ଜଗଜ୍ଜନନୀ ପ୍ରଶନ୍ନ 

ଲାଲ ରଙ୍ଗର ପରିଧାନ

ମହିଳା କରିବେ ଧାରଣ

ଭକ୍ତିର ପାର୍ବଣ

କରିବେ ପୂଜା ପ୍ରୀତିରେ ଜନ

ମା ଦୁର୍ଗା ଚରଣ ।


ତୁ ଜଗଜ୍ଜନନୀ  ଦୂର  କର

ତୋ ପୂଜନେ ମନ୍ଦବୁଦ୍ଧି ତା'ର 

ତୋ କୃପାରୁ ଲକ୍ଷ୍ମୀପୂର୍ଣ୍ଣା ଘର

ଲାଲ ର ଆଦର 

ମହତ୍ତ୍ଵ ଥାଏ ପରା ଅପାର 

ପରିଧାନେ ତା'ର ।


ତୁ ଜଗଜ୍ଜନନୀ ଦିଅ ଜ୍ଞାନ

ରାଷ୍ଟ୍ର ସେବାରେ ରହୁ ଏ ମନ

ସତ୍ୟ ଅହିଂସା କର ଭୂଷଣ

ଜନତା  କଲ୍ୟାଣ

ଗୁଞ୍ଜନ କରୁ ମୋ ହୃଦ ପ୍ରାଣ

ତୋ ପଦେ ଶରଣ ।


Rate this content
Log in

Similar oriya poem from Abstract