STORYMIRROR

Jayashree Das

Fantasy

4  

Jayashree Das

Fantasy

ଜଗା ପାଇଁ ପ୍ରୀତିପୁଷ୍ପ

ଜଗା ପାଇଁ ପ୍ରୀତିପୁଷ୍ପ

1 min
274


ତୋଳି ଆଣିଛି ମୁଁ ଫୁଲ ଚାଙ୍ଗୁଡ଼ିଏ 

  ମିଶାଇ ପୀରତି ଫୁଲ

ଜଗା ପାଇଁ ନେବି ଗୁଣ୍ଡିଚା ମନ୍ଦିର

  ମନ ମୋର ଉତଫୁଲ ।


ସରଧାରେ ଗୁନ୍ଥି ହାରଟିଏ କରି

   ପ୍ରେମ ନୀର ଛିଞ୍ଚି ଦେବି

ସେନେହ ଡାଲାରେ ସଜାଇ ଫୁଲକୁ

   ପୁରସ୍ତମ ନେଇ ଯିବି ।


ଜନମବେଦୀରେ ବସିଅଛି ଜଗା

  ଚାଲିଅଛି ମହାରାସ

ମହାଲକ୍ଷ୍ମୀଙ୍କର କଟକଣା ନାହିଁ

  କାଳିଆ ମନ ହରଷ ।


ଆଡପ ମଣ୍ଡପେ ଆଳତୀ ଦେଖିବି

  ପିନ୍ଧାଇବି ଫୁଲମାଳ

ଲାଜରେ ଦେଖିବି କାଳିଆ ହସୁଛି

  ପୀରତିରେ ହୋଇ ଭୋଳ ।


ଫୁଲ ରସିଆ ସେ ରସିକ ନାଗର

   ଫୁଲରେ ସଜେଇ ହୁଏ

ଫୁଲରେ ଫୁଲରେ ସର୍ବାଙ୍ଗ ସଜେଇ

   ମନ୍ଦ ମନ୍ଦ ହସୁଥାଏ ।


ଚାହାଣୀ ସୁନ୍ଦର ହସ ତା ସୁନ୍ଦର

  ସୁନ୍ଦର ତାହାର ଠାଣି

ରୂପ ତା ସୁନ୍ଦର ରଙ୍ଗ ତା ମଧୁର

   ମନକୁ ନିଅଇ କିଣି ।


ସେ ମଧୁର ହସ କରିବ ବେହୋସ

   ଭୁଲିଯିବି ଥଳକୂଳ 

ଡର ଲାଗେ ମୋତେ ଜଗା ପୀରତିରେ

   ହୋଇ ଯିବି ପାଗଳ ।


ଆଖିରେ ନାଚୁଛି ମନରେ ବସିଛି

  ଅହରହ ଛବି ଦିଶେ

ଭୁଲି ପାରୁନାହିଁ ସେ ରୂପ ମାଧୁରୀ

   ସବୁଠି ତୁଳସୀ ବାସେ ।


ମନ ମୁଁ ଦେଇଛି ହୃଦୟ ଦେଇଛି

    ଜଗା ମୋର ପ୍ରାଣଧନ

ପ୍ରୀତି ଫୁଲ ହାର ଉପହାର ଦେଇ

    ତୋଷି ନେବି ଜଗା ମନ ।


Rate this content
Log in

Similar oriya poem from Fantasy