Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Abstract

4.5  

Prafulla Chandra Mishra

Abstract

ଜାତୀୟ ନେତ

ଜାତୀୟ ନେତ

1 min
343



ଗାଇବା ଆସରେ ଜାତୀୟ ସଂଙ୍ଗୀତ

ଭାରତୀୟ ଯେତେ ହୋଇ ସମବେତ

ବିଭିନ୍ନତାରେ ବି ଗୋଟିଏ ଜାତୀୟ ନେତ

ତା' ତଳେ ଗାଇବା ଆସରେ ଆସରେ

କରି ମଥା ଆମର ନତ ।।


ଏହି ଜୈତ୍ରୀ ପାଇଁ କେତେ ଯେ ରକତ

ଜୀବନ ଅନେକ ହୋଇଅଛି ହତ

ଧରଣୀ ପଣତ ହୋଇଅଛି ଶିକ୍ତ

ବିଜୟର ବୈଜୟନ୍ତୀ ୟେ ତ୍ରୀରଙ୍ଗା

ଏ ଦେଶ ମୋ ଗୌରବାନ୍ଵିତ, 

ଗାଇବା ଆସରେ ଜାତୀୟ ସଂଗୀତ ।।


ଆଜି ଇପ୍ସିତ ସେ ଜାତୀୟ ଦିବସେ

ଅଗଷ୍ଟ ପନ୍ଦରେ ତ୍ରିରଙ୍ଗା ହରଷେ 

ଉଡେ ଫରହରେ ଗାଇ କ୍ରାନ୍ତି ଗୀତ

ସାବଲିଳ ଢଙ୍ଗେ ନାଚରେ ଉତ୍ତାଳେ

ଶତ୍ରୁ ହୋଇବ ପରାଜିତ,

ଗାଇବା ଆସରେ ଜାତୀୟ ସଂଗୀତ ।।


ଏ ପତାକା ଉଡେ ଏଭେରେଷ୍ଟ୍ର ଚୁଳେ

ବଙ୍ଗୋପସାଗରେ ତ୍ରିରଙ୍ଗା ଲହରେ

ଆକାଶ ବକ୍ଷରେ ମୋ ଜାତୀୟ ଧ୍ଵଜା

ଆସ କରିବା ଉତ୍ତୋଳିତ;

ଗାଇବା ଆସରେ ଜାତୀୟ ସଂଗୀତ ।।


ଗୋଦାବରୀ କୃଷ୍ଣା ଜାହ୍ନବୀ କାବେରୀ 

ପୂଣ୍ୟ ଭାରତର ପୌର୍ଣ୍ଣମାସୀ ପରି

ମହା ମାନବର ଚିନ୍ତା କଳ୍ପବଟ

ଏହି ଜମ୍ଵୂଦୀପ ହୋଇଛି ପ୍ରକଟ

ଉଡଇ ଜାତୀୟ ନେତ;

ଗାଇବା ଆସରେ ଜାତୀୟ ସଂଗୀତ ।।


Rate this content
Log in

Similar oriya poem from Abstract