STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ରାଧା ବିନା କୃଷ୍ଣ ଅଧା

ରାଧା ବିନା କୃଷ୍ଣ ଅଧା

1 min
10

       

ଜନ୍ମ ଜନ୍ମାନ୍ତର ଅତୁଟ ବନ୍ଧନ କେବେ ଲକ୍ଷ୍ମୀ କେବେ ରାଧା

ମୁଁ ନୁହେଁ ସମ୍ପୂର୍ଣ ତୁମ ବିନା ଯେହ୍ନେ ରାଧା ବିନା କୃଷ୍ଣ ଅଧା

ତୁମେ ପ୍ରୀତି ମନ୍ଦାକିନୀ କାଚକେନ୍ଦୁ ଶୀତଳ ପୂଣ୍ୟ ସଲିଳ

ଅବଗାହି ମୋର ଜୀବନେ ଲଭିଛି ଅମୃତ ମୟ ସଂସାର ।।


ସ୍ମୃତି କାରାଗାରେ ବାନ୍ଧି ଦେଇଅଛ ଅଲିଭା କୋଲପ ଦେଇ

ବାହାରିବା ବୃଥା କାମନା ମୋହର ଆଗ ସାତ ଜନ୍ମ ପାଇଁ

ଯଥା ନଳ ଦମୟନ୍ତୀ ରାମ ସୀତା ତଥା ସଂସାର ବନ୍ଧନ

ଚାଲିଛି ଚାଲିବ ଯୁଗ ଯୁଗାନ୍ତର ଡେଇଁ ଦୁଃଖ ବାଧା ବିଘ୍ନ ।। 


ସଉଭାଗ୍ୟ ବତୀ ଆୟୂଷ୍ମତୀ ହୋଇ ଶଂଖା ସିନ୍ଦୂର ଆଲକ୍ତ

ବିଶ୍ଵ ପିତା ଆଶୀର୍ବାଦେ ବଜ୍ର ହେଉ ସତ୍ୟ ସତୀ ଆଭିଜାତ୍ୟ

ଏ ପବିତ୍ର ବନ୍ଧନ ଯଥା ସଚୀ ଇନ୍ଦ୍ର ଅବା ବୃନ୍ଦା ଜଳନ୍ଧର

ସମ ତୁମ ନୁହେଁ ତୁଳନା ତୁମେତ ପବିତ୍ର ଗଙ୍ଗୋତ୍ରୀ ଧାର ।।


ଆହେ ଦୟାମୟ ମୋ ଟିକି ସଂସାର ତୁମପଦେ ସମର୍ପିତ

କରି ଦେଇଅଛି ପ୍ରଫୁଲ୍ଲ ଗାଉଛି ତୁମ ମଧୁର ସଂଗୀତ ।।



Rate this content
Log in

Similar oriya poem from Thriller