STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଶ୍ମଶାନ ତୁଳସୀ

ଶ୍ମଶାନ ତୁଳସୀ

1 min
8

      

ତୁଳସୀ ରାଣୀ, 

ସେତ ଧର୍ମଧ୍ୱଜ ପୁତ୍ରୀ ସୁହାସିନୀ,

କାଳନେମି ର ନାତୁଣୀ,

କଉଣପ କୁଳ କନ୍ୟା କୁଳବଧୂ

ଜଳନ୍ଧର ଧର୍ମ ପତ୍ନୀ, ତୁଳସୀ ରାଣୀ, ।।


ସେ ମହାଲକ୍ଷ୍ମୀ,

ସମାନ ଆସନେ ସେ ବିଷ୍ଣୁ ଭାମିନୀ,

ପୂଣ୍ୟପ୍ରଦା ଦିବ୍ୟାଙ୍ଗିନୀ,

ବୃନ୍ଦାବତୀ ଦଳ ଡାଳ ମୂଳ ଫଳ 

ଅଟେ ବିଶଲ୍ୟକରଣୀ, ତୁଳସୀ ରାଣୀ ।।

      (୨)

ତୁଳସୀ ନୁହଁଇ ବୃକ୍ଷ ପ୍ରାଣବନ୍ତ ଦେବୀ

ବିଷ୍ଣୁ ଶୀରଭୂଷା ପବିତ୍ର ତା ପାଇଁ ଉର୍ବୀ

ଦେବାଳୟେ କି ଶ୍ମଶାନେ

ଯେଉଁଠି ଥିଲେବି ପବିତ୍ର ସେ ବୃକ୍ଷ 

ଜନ ହୀତ ପାଇଁ ଜନ୍ମେ ।।


ମନ୍ତ୍ର ତନ୍ତ୍ର ଶାସ୍ତ୍ରେ ଶ୍ମଶାନ କଳା ତୁଳସୀ

ଶାନ୍ତି ମୈତ୍ରୀ ଭାବ ଯୋଡିଦିଏ ହସି ହସି

ଉପକାରୀ ପୂଣ୍ୟ ତରୁ

ତାଦଳ ସେବନ କଲେ ପ୍ରତିଦିନ 

ମୁକ୍ତି ରୋଗ ବୈରାଗରୁ ।।

     (୩) 

ତୁଳସୀ ସୁଗନ୍ଧ ନାଶଇ ଦୁର୍ଗନ୍ଧ,

  ପବନକୁ କରି ଦିଅଇ ସେ ଶୁଦ୍ଧ;

ତୁଳସୀ ଯହିଁ ବି ହୋଇଥାଏ ଜନ୍ମ,

ହେଉବା ମନ୍ଦିର ହେଉବା ଶ୍ମଶାନ ।।

ସେ ସ୍ଥାନ ପବିତ୍ର ବାସ ବିଷ୍ଣୁ ଙ୍କର, 

ଦେବୀ ବୃନ୍ଦାରଣୀ ତାଙ୍କ ଗଳାହାର; 

ବେଦ ମତେ ସନାତନ ଧର୍ମୀ ବିଶ୍ଵେ,

ପୂଜନ୍ତି ସେବୃକ୍ଷ ଭକତି ବିଶ୍ଵାସେ ।।

     (୪)

ଶ୍ମଶାନେ ତୁଳସୀ ଯଦି ବା ଉଠଇ

 ଗୁଣ ରୂପ ଏକା ଭଳି  

ଦେବଭୋଗ୍ୟ ହୋଇ ନପାରେ, ସିନା ସେ

ଗୁଣ ତା ନଯାଏ ଭୁଲି ।।

କେତେ ଯୁଇ ଜଳେ ତୋଳିନିଏ କୋଳେ

ଶ୍ମଶାନ ର ବୃନ୍ଦାବତୀ

ସେହି ଏକା ସାକ୍ଷୀ ତା ସ୍ପର୍ଶେ ପାପାତ୍ମା

ଲଭିଥାଏ ସଦଗତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller