STORYMIRROR

Snigdha Panda

Romance

4  

Snigdha Panda

Romance

ଜାଣିଥିଲି

ଜାଣିଥିଲି

1 min
383

ଜାଣିଥିଲି

ରାତିଟିଏ ଥିଲେ କାଳେ 

ଦିନ ଆସେ ବୋଲି 

ଏବେ ଏବେ ଜାଣିଲି 

ତୁ ଯେଉଁ ରାତିରେ ନ ଥାଉ

ସେ ଆଉ ପାହେ ନାହିଁ 

ଅବା ପାହିବାକୁ ଯାଇଥାଏ ଭୁଲି ॥

 

ଜାଣିଥିଲି

ହୃଦୟରେ ପ୍ରେମ ଥାଏ ଖାଲି

କେବେ ଯଦି ଶବ୍ଦ ହୁଏ

ରଙ୍ଗ ତା'ର ଉଡ଼ିଯାଏ 

ସେଥିପାଇଁ ସବୁ ଯାକ ପ୍ରେମ ତୋର

ବଂଶୀରୁ ହିଁ ବହିଯାଏ 

ସଜାଡ଼ି ବୁଝିବି ବୋଲି

ଜୀବନ ହିଁ ସରି ସରି ଯାଏ ॥


ଜାଣିଥିଲି 

ତୁ ମୋର 

ପ୍ରଥମ ଓ ଅନ୍ତିମ ପ୍ରାପ୍ତି 

ଛୋଟ ବଡ଼ 

ଅସଂଖ୍ୟ ଇଚ୍ଛାର ସମାପ୍ତି 

ତୋ ସାଙ୍ଗରେ ଦେଖା ହେଲା ପରେ

ବୁଝିଲିଣି 

ଇଚ୍ଛା ଆଉ ପ୍ରାପ୍ତି ର ହିଁ ମାନେ ନାହିଁ କିଛି ॥



Rate this content
Log in

Similar oriya poem from Romance