Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ଜାଣି ଜାଣି ମୁହିଁ ଦାନ କରିଥାଏ

ଜାଣି ଜାଣି ମୁହିଁ ଦାନ କରିଥାଏ

1 min
241


ଶବ୍ଦରୁ ସୃଜନ-20. ଗୋମାତା :  


ଦିନେ ଘୁଷୁରୀଟି କହିଲା ଗାଈକୁ ପଚାରିବି କଥାଟିଏ,

ତମେ ତ ଯେମିତି ମୁଁ ବି ସେମିତି ଘରେ ପୋଷାହେଇ ରହେ | 


ମଣିଷ କାହିଁକି ତମକୁ ଏମିତି ପୂଜାକରି ଭଲପାଏ ?

ମୋତେ କିଆଁ ପୁଣି ଘୃଣା କରନ୍ତି ସେ ମୋର ମାଂସକୁ ଯେ ଖାଏ | 


ତୁହିଦେଉ କ୍ଷୀର ମୁଁ ଦେଉଛି ମାଂସ ମୋ ତ୍ୟାଗ ମଣିଷ ଜାଣେ,

ତଥାପି କାହିଁକି ଏମିତି ଅନ୍ୟାୟ କରୁଛି ମଣିଷ ଶୁଣେ |


ହସିକହେ ଗାଈ ଜୀବଥାଉଁ ମୁହିଁ ମଣିଷକୁ ଦିଏ କ୍ଷୀର,

ଜୀବ ଗଲାପରେ ଜାଣି ପାରୁଛୁ କି' କିଏ ମାଂସ ଖାଏ କା'ର ?


ଜାଣି ଜାଣି ଯିଏ ଦାନ କରିଥାଏ ଧାର୍ମିକ ଭାବରେ ଗଣା,

ମଲାପରେ କିଏ କାହାର ନେଉଛି ମଲାଲୋକକୁ ଅଜଣା |


ସରମ ମୋ ମନ ନିର୍ଭୀକ ଭାବରେ ମଣିଷ ପାଖରେ ରହେ,

ମୋର ମନ ଜାଣି ମଣିଷ ଆଦରେ ଗୋ-ମାତା କହୁଥାଏ |




Rate this content
Log in

Similar oriya poem from Classics