ଜାଣେନା
ଜାଣେନା
ଜାଣେନା
କାହିଁ ପାଇଁ ଛାତିରେ ସୃଷ୍ଟି ହୁଏ ଅଜସ୍ର ଅମାନିଆ ଢ଼େଉ
ଆଖିହୁଏ ଛଳଛଳ
ହାତ ଥରି
ପାଦ ହୁଏ ଟଳମଳ
ପୁଣି ହୋଇ ପଡ଼େ ଅଣନିଶ୍ୱାସୀ
ଅକାରଣେ ପୋଡ଼ିଯାଏ ଦେହ ଓ ମନ ବି
ଇର୍ଷାର ନିଆଁ ରେ ଜଳି
ତୁମ ହସ ଦେଖି ମୁଁ ହୁଏ ମର୍ମାହତ
ପାଏ ଅସହ୍ୟ ଆଘାତ
ତୁମକୁ ଆକାଶରେ ଉଡିବା ଦେଖି
ଫାଟିଯାଏ କଲିଜା
ଚିରିଯାଏ ଛାତି
ମନେହୁଏ
ମୁଁ ମରିଯିବି କି ସତେ ଏମିତି ।