STORYMIRROR

Ghanashyam Biswal

Romance

4  

Ghanashyam Biswal

Romance

ଜାଣେନା

ଜାଣେନା

1 min
128

ଜାଣେନା

କାହିଁ ପାଇଁ ଛାତିରେ ସୃଷ୍ଟି ହୁଏ ଅଜସ୍ର ଅମାନିଆ ଢ଼େଉ

ଆଖିହୁଏ ଛଳଛଳ

ହାତ ଥରି

ପାଦ ହୁଏ ଟଳମଳ

ପୁଣି ହୋଇ ପଡ଼େ ଅଣନିଶ୍ୱାସୀ

ଅକାରଣେ ପୋଡ଼ିଯାଏ ଦେହ ଓ ମନ ବି

ଇର୍ଷାର ନିଆଁ ରେ ଜଳି

ତୁମ ହସ ଦେଖି ମୁଁ ହୁଏ ମର୍ମାହତ

ପାଏ ଅସହ୍ୟ ଆଘାତ

ତୁମକୁ ଆକାଶରେ ଉଡିବା ଦେଖି

ଫାଟିଯାଏ କଲିଜା

ଚିରିଯାଏ ଛାତି

ମନେହୁଏ

ମୁଁ ମରିଯିବି କି ସତେ ଏମିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance