STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ଜାଣ ସମସ୍ତେ କଲମର ଗୁଣ

ଜାଣ ସମସ୍ତେ କଲମର ଗୁଣ

1 min
458


ଦୀପାବଳୀ ମୋହେ ଧୂଳି ଧୂଆଁ ମେଳେ ବାୟୁ ପ୍ରଦୂଷଣ

ପ୍ରତିଦିନ ଆମେ କରୁଛେ

ଦୀପାବଳୀ ଆମ ଆଲୋକର ପର୍ବ, ତମ ଅନ୍ଧକାରକୁ

ଦୂର କରିବା କଥା ଆମେ ଭୁଲିଛେ ।


ପଢ଼ୁଛୁ ନିତି ଦିନ ଉତ୍କଳର ଘରେ ଘରେ ଭାଗବତ ପୋଥି, 

"ସକଳ ଘଟେ ନାରାୟଣ", 

ଜାତି ଧରମ ନାମରେ ମଣିଷ ମଣିଷେ ଘୃଣା ସୃଷ୍ଟି କରି

ଦେଖାଉ ଧାର୍ମିକ ଅକାରଣ ।


ସବୁ ଦିନେ କାର୍ତ୍ତିକ ମାସରେ ଧରମ ମାସ କହି

କଷ୍ଟ ଦେଉ ଅନ୍ୟର ମନରେ

ରେ ମଣିଷ, ଠକିବୁ ଆଉ କେତେ ଦିନ କହ ଧରମ

ପୂର୍ବ ଜନମ ନାମରେ ।


"ବସୁଧୈବ କୁଟୁମ୍ବକମ୍" ଖାଲି କହିଦେଲେ

ସଂସ୍କାର ପାଇବ ନାହିଁ

ଯଦି ଦିବ୍ୟ ଭାବନା ମଣିଷର ହୃଦୟ ଭତରେ

ବସା ବାନ୍ଧି ନାହିଁ ।

 

ସମସ୍ତ ପ୍ରାଣୀ ବା ପ୍ରକୃତିରୁ ପାଏ ମଣିଷ ତ 

ଅନେକ ଶିକ୍ଷା

ତାକୁ ଗ୍ରହଣ କରିଲେ ମନେ ରଖ ଆମର 

ନିଶ୍ଚିତ ହେବ ହିଁ ରକ୍ଷା ।


ନେତା, ହାକିମ, ମନ୍ତ୍ରୀ, ଜଜ୍ ସେନାପତି ଥିଲି, 

ବୋଲି ବଡ଼ିମା ଦେଖାଇଲେ

ପଦ ପଦବୀ ଆତ୍ମ ଗର୍ବ ଅହଂକାର ଥାଇ ଦୁଃଖ

ଲିଭେନି ତାହା ଲିଭେଇଲେ ।


ଜାଣି ରଖ, ମିଥ୍ୟା ପ୍ରବଚନ, ମିଥ୍ୟା ପ୍ରତିଶ୍ରୁତି ମାନ

ଦେଲେ ପ୍ରବଞ୍ଚକ ବୋଲି ମଣିବେ 

ସମସ୍ତ କର୍ମ ଧର୍ମର ଫଳାଫଳ ମିଳେ ଏହି ଜନମରେ,

ସେ ମଣିଷେ କେହି ସମ୍ମାନ ନଦେଵେ ।


ମନୁଷ୍ୟର ମନୁଷ୍ୟତା ରହେନା କର୍ତ୍ତବ୍ୟ, ଧର୍ତ୍ତବ୍ୟ,

କଅଣ ସେ ଜ୍ଞାନକୁ ନଚିହ୍ନିଲେ 

ଦୀପାବଳୀ ପର୍ବ,ଏହି ମହତ ପରବେ ଅଜ୍ଞାନକୁ 

ଦୂର କର ଆଲୋକ ମାଳରେ ।


ସାହିତ୍ୟ ସମୟର କାଳଚକ୍ରର ଦର୍ପଣ ଭଳି କାର୍ଯ୍ୟ

କରେ ଏହି ସମାଜ ହିତରେ

ହେ ସମସ୍ତ ସାହିତ୍ୟକ ବନ୍ଧୁ, ସାଧନା କର କବିତା, 

ଗପ ଅବା ପ୍ରବନ୍ଧ ଲେଖିବାରେ।


ଲେଖୁଛେ ପ୍ରେମ କବିତା, ଭଜନ ଜଣାଣ, ବିରହ 

ବେଦନା ଲେଖା, ତାହା ମନା ନାହିଁ

ଶପଥ ନିଅ ଦୀପାବଳୀ ପର୍ବେ,ଦୁର୍ନୀତି, ପରିବେଶ 

ପ୍ରଦୂଷଣକୁ ହଟାଇବା ପାଇଁ ।


ଯେତେ ଲେଖିଲେ ବି କରେ ନାହିଁ ରୋଷ, କାଗଜ 

କଲମ ମଧ୍ୟେ ଅଛି ନିବିଡ଼ ସମ୍ପର୍କ

କଲମ ଲେଖନୀ ଚାଲେ କାଳୀ ହେବା ଯାଏଁ ଶେଷ,

 ଯାହା ମନୁଷ୍ୟର ସଦା ଆବଶ୍ୟକ ।


ଖଣ୍ଡାଠାରୁ ତୀଖ୍ଣ ପରେ ଅଟେ ତାର ଧାର ପରିବର୍ତ୍ତନ

କେତେ ଆଣିଛି ସଂସାରରେ

କିଛି ଲେଖି ଚାଲିବା ଦୁର୍ନୀତି ରାକ୍ଷାସକୁ ହଟାଇବାକୁ,

ତାକ ବିପଦୁ ରକ୍ଷା ପାଇବା ପ୍ରୟାସରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational