ଇଶ୍ଵରଙ୍କ ସୃଷ୍ଟି
ଇଶ୍ଵରଙ୍କ ସୃଷ୍ଟି
ଲାଗୁଛି ଭାରି ଭଲ ଆକାଶୁ ବାରି ଫୁଲ
ଏ ଦେହରେ ଖେଳିଉଠେ ପ୍ରେମ ଶ୍ରୀହରଣ
କରିଛି କେଉଁ ପୁଣ୍ୟ ଖୁସିରେ ନାଚେ ମନ
ଧନ୍ୟ ମଣୁ ଥାଏ ନିତି ମଣିଷ ଜୀବନ ।
ଗଗନେ ଇନ୍ଦ୍ରଧନୁ ରଙ୍ଗରେ ମନେ ତନୁ
ଭରିଦିଏ ନିରନ୍ତର ଆନନ୍ଦ ପୁଲକ
ପାଉଛି ଏତେ ଖୁସି ଲୁହରେ ଯାଏ ଭାସି
ହେଇଯାଏ ଦୁନିଆରେ ପ୍ରକୃତି ପ୍ରେମୀକ ।
ଲାଗଇ ମୋତି ବିନ୍ଦୁ ବରଷା ଟୋପା ସବୁ
ସେତେବେଳେ ଭୁଲିଯାଏ ମୋର ଭୋକ ଶୋଷ
ସୁନ୍ଦର ଦିଶୁଥାଏ ସବୁଜ ଦିଶୁଥାଏ
ଏ ସୂରୁଜ କିରଣରେ ଧରଣୀ ମା' ବେଶ ।
ଚମତ୍କାର ଈଶ୍ୱରଙ୍କ ସୃଷ୍ଟିର ସଂଭାର
ଯୁଗେ ଯୁଗେ ରହିଥିବ ହୋଇକି ଅମର ।