STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
200


ବର୍ଷା ଓ ବାଦଲ ଛୋଟ ବର୍ଷା ବୁନ୍ଦେ

   ପଡେଟି ସୂର୍ଯ୍ୟ କିରଣ,

ଇନ୍ଦ୍ରଧନୁ ପରି ପ୍ରତିବିମ୍ବ ତାର

   ଅପୂର୍ବ ରଙ୍ଗେ ଅରୁଣ।


ପଡୁ ଥିବ ବର୍ଷା ବୁନ୍ଦା ବୁନ୍ଦା ହୋଇ

  ସୂର୍ଯ୍ୟଙ୍କ କିରଣ ତହିଁ,

ଇନ୍ଦ୍ରଧନୁ ପରି ଦିଶେ ତାର ଦୃଶ୍ୟ 

  ନାମ ଇନ୍ଦ୍ର ଧନୁ ଯହିଁ।


ସାତଟି ରଙ୍ଗର ରଙ୍ଗେ ଇନ୍ଦ୍ରଧନୁ

  ଦେଖି ପୁଲକିତ ମୋତି,

ଅଳ୍ପ ଅଳ୍ପ ବର୍ଷା ବାଦଳ ଗର୍ଜ୍ଜନ

  ସୂର୍ଯ୍ୟଙ୍କ କିରଣ ଜ୍ୟୋତି।


ଚହଟେ ତହିଁରେ ଧନୁର ଆକାର

  ଦିଶେ ଇନ୍ଦ୍ରଧନୁ ଦୃଶ୍ୟ,

ଅପୂର୍ବ ସେ ଦୃଶ୍ୟ ମନ ମୋହି ନିଏ

  ସାତରଙ୍ଗେ ସାତଦୃଶ୍ୟ।


ଧନୁ ଆବିର୍ଭାବେ ବର୍ଷାଦୂର ଯହିଁ

  ଅପୂର୍ବ ଆଭା ଆକାଶେ,

ଦୃଶ୍ୟଦେଖି ତହିଁ କବି କୁତୁହୋଳେ

  କବିତା ରଚିଣ ବସେ।


ସମୟ ସଂଯୋଗ ପ୍ରଭୁ ନୀଳା ଯହିଁ

 ଦିଶେ ଟି ଧନୁ ଆକାର,

ଇନ୍ଦ୍ରଧନୁ ପରି ମନ ମୋହି ନିଏ

 ଆକାଶ ଦିଶେ ସୁନ୍ଦର।


ବାଳକ ବାଳିକା ପାଠକ୍ରମେ ପରା

  ଇନ୍ଦ୍ର ଧନୁ ବିଷୟରେ,

ସାତ ରଙ୍ଗ ପରା ଇନ୍ଦ୍ରଙ୍କ ଧନୁରେ

  ଜାଣି ଥାନ୍ତି ସ୍କୁଲରେ।


ପଟାନ୍ତର ନାହିଁ ଆବିର୍ଭାବ ଧନୁ

  ସମୟର ଅନୁସାରେ,

ମନମୋହୁ ଥାଏ ଛାତ୍ରଛାତ୍ରୀ ଖୁସି

  ଦେଖୁଥାନ୍ତି ଆନନ୍ଦରେ।


ଏକ ଛାତ୍ର କୁହେ ଅନ୍ୟ ସେ ଛାତ୍ରକୁ 

  ଦେଖ ଭାଇ ଇନ୍ଦ୍ରଧନୁ,

ସାତ ରଙ୍ଗେ ଧନୁ ରଙ୍ଗୀତ ହୋଇଛି

  ଅଟେ ଏହୁ ଇନ୍ଦ୍ରଧନୁ।


ଶିଶୁ ମନ ପରା ଅତି ହିଁ କମଳ

  ଦେଖି ଥାଏ ଇନ୍ଦ୍ରଧନୁ,

ଦେଖି ରହି ଥାଏ ଅପୂର୍ବ ଧନୁକୁ

  ପୁଲକିତ ହୃଦ ତନୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract