STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଈଶ୍ଵରୀ ତୁମ ଈଶ୍ବରୀପଣେ

ଈଶ୍ଵରୀ ତୁମ ଈଶ୍ବରୀପଣେ

1 min
376


ତୁମ ଈଶ୍ବରୀପଣେ

ସକରାତ୍ମକତା ସାଗରେ ହୁଏ ମନ ମଗ୍ନ

ଅସହାୟ ଆତ୍ମା ତୁମ ଆତ୍ମିୟତା ଲଭି

ଜୀବନ୍ତ ହୁଏ ଜିଇଁପାରୁନଥିବା ଜୀବନ, 


ତୁମ ଈଶ୍ବରୀପଣେ

ସତେଜ ସକାଳ ହୁଏ ଶୁଭମୟ ଭକ୍ତିମୟ

ଆତ୍ମ କ୍ରୁରତାର ବନେ ଜନ୍ମନିଏ ଫୁଲ

ମାଟି ହେବାର ଇଛା ପୁଣି ଚାହେଁ

ଆକାଶ ଛୁଇଁବ ହୃଦୟକୁ କରି ସ୍ୱପ୍ନମୟ,


ତୁମ ଈଶ୍ବରୀପଣେ

ସଙ୍ଗୀତର ସୂରେ ପାଏ ଶାରଦୀୟ ମନ୍ତ୍ରୋଚ୍ଚାରଣ

ଯେତେସବୁ ଦୁଃଖ କରି ଧୀରେ ନିବାରଣ

ସନ୍ଧାନ କରୁଥାଏ ସଦା ମନ ଶ୍ରେଷ୍ଠପଥ

ପୁଣି ବଞ୍ଚିବ ଖୋଜି କିଛି କିଛି

ଭଗବତ୍ ଚେତନା ଓ ଆଧ୍ୟାତ୍ମ କାରଣ, 


ତୁମ ଈଶ୍ବରୀପଣେ

ଏହି ମନ ଶିଶୁମନା ହୋଇ ଲଭେ ସ୍ନେହ

ଭାଙ୍ଗିଦେଇ କେତେକେତେ ଅହଂର ପର୍ବତ

ଆତ୍ମଦାହର ଚିନ୍ତନ ହୁଏ ପରିବର୍ତ୍ତିତ

ହସ ଫୁଟାଇବ ଅନେକ ଓଠରେ

ଲଢିବ ତୁମଠୁ ପ୍ରେରଣା ନେଇ 

ଲେଖିବ ଗାଇବ ସଜାଇ ଶ୍ରଦ୍ଧାର ସଙ୍ଗୀତ, 


ତୁମ ଈଶ୍ବରୀପଣେ

ପାଇଛି ଅନୁଭବିଛି ଭକ୍ତି, ଶାନ୍ତି, ନିଷ୍କପଟ ପ୍ରୀତି

ଉଦାସପଣର ଏ ଅନ୍ତଃକରଣରେ

ହସିବା ପାଇଁ ଅନବରତ ସଂଘର୍ଷ କରିବାର

ସର୍ଜନା ହୋଇଛି ଅଦମ୍ୟ ସାହସ ଓ ଶକ୍ତି, 


ତୁମ ଈଶ୍ବରୀପଣେ

ତୁମ ସାନିଧ୍ୟ୍ୟରେ ହୃଦୟେ ସମାହିତ ଅମିୟ ସ୍ୱର୍ଗ

ବିନ୍ଦୁକୁ କରିପାରିବି ସିନ୍ଧୁ

ସଦା ଲଭୁଥିବି ଆଲୋକ, ବର୍ଣ୍ଣାଇ ତୁମକୁ ଇନ୍ଦୁ

ମୋ' ଶବ୍ଦ, ଭାବନା ଓ ଚିନ୍ତନ

ତୁମପାଇଁ ଅସୀମ, ଅମର, ଅତୁଳନୀୟ

ତୁମେ ଆଜୀବନ ଦେବୀରୂପ ମନେ

ମୋ' ଶବ୍ଦେ ଶାସ୍ତ୍ରୀୟ ସଙ୍ଗୀତ ପବିତ୍ର ରାଗ।


Rate this content
Log in

Similar oriya poem from Abstract