STORYMIRROR

Debadatta Jena

Abstract Classics Inspirational

3  

Debadatta Jena

Abstract Classics Inspirational

ଈଶ୍ୱରୀ.. .

ଈଶ୍ୱରୀ.. .

1 min
312


ନାହିଁ ବଇରୀ ଯାହାର..


              ସେ ନାରୀ..!


ସେ ଅବଳା.. ଦୁର୍ବଳା ନୁହେଁ.. 


              ସେ ନାରୀ.. !


ଜନନୀ ଜନ୍ମ ଭୂମିଶ୍ଚ 


       ସ୍ବର୍ଗାଦପି ଗରୀୟସୀ..!! 


କେବେ ସୁଶୀତଳ ଛାୟା ତ 


       ପ୍ରେମ ପ୍ରଣୟିନୀ ଜାୟା, 


ସ୍ନେହ ମୟୀ ଭଗିନୀ, 


       ମଙ୍ଗଳ କାମି ବାନ୍ଧବୀ, 


କିଏ ଆଖିରେ ଦେଖେ, 


           ସେ ହୃଦୟରେ.., 


କିଏ ଦୃଷ୍ଟି ରେ ଦେଖେ, 


           ତ ସେ ଅନ୍ତରରେ..,


କିଏ ଭାବରେ ଦେଖେ, 


           ସେ ଅନୁଭବରେ.., 


ସେ ପରା ସର୍ଵ ଦ୍ରଷ୍ଟା, 


            ସେ ସର୍ବଂସହା.., 


ନଦୀ, ନାରୀ,ବସୁଧା..


              ସେ ନାରୀ..!


ନଦୀ ପରି କଳ କଳ, 


         ମମତ୍ୱରେ ଛଳ ଛଳ, 


ବସୁଧା ପରି ସସହିଷ୍ଣୁ


     ଉଷୁର ଭୂଇଁର ଶ୍ୟାମଳିମା, 


ସେ ରକ୍ତ, ମାଂସ, ତ୍ୱଚା 


     ଅସୀମ ଧର୍ଯ୍ୟ ଓ ତପସ୍ୟା, 


ବାତ୍ସଲ୍ୟ ଭରା ସୃଷ୍ଟିର ଆଧାର


       ପୁଣ୍ୟମୟୀ ବସୁନ୍ଧରା..! 


ଶୌର୍ଯ୍ୟରେ ସେ ଵୀରାଂଗନା 


   ବିନାଶରେ ସଂହାର କାରିଣୀ, 


ଧର୍ଯ୍ୟରେ ସେ ଧର୍ଯ୍ୟଶିଳା 


      ସୃଜନୀରେ ସୃଷ୍ଟି କାରିଣୀ, 


ଅସାମାନ୍ୟ ବୀର୍ଯ୍ୟରେ ସେ 


         ସୃଷ୍ଟି କର୍ତ୍ତୀ, ଜନନୀ, 


ବିଂଦୁଏ ରକ୍ତ ସ୍ପର୍ଶରେ, 


        ଜୀବନର ସଂଜୀବନୀ, 


ସ୍ଥୂଳ ଓ ସୁକ୍ଷ୍ମର ସମାହାର, 


          ଜୀବନ ପ୍ରଦାୟିନୀ 


ସମ୍ୟକ ନିର୍ଯ୍ୟାସରେ, 


          ସେ ପୁଣ୍ୟ ପ୍ଲାବିତ, 


ସଦା ମୁଖରିତ,ଝରଝରିତ, 


     ଉଚ୍ହସିତ ଆନନ୍ଦ ଦାୟିନୀ, 


ବନ୍ଧୁର ପ୍ରାଣରେ ପଲ୍ଲବିନୀ 


       ବେଗବାନ ସ୍ରୋତସ୍ୱିନୀ, 


ଟିକିଏ ଖୁସି ଦେଲେ, 


          ସେ ଦିଏ ହୃଦୟ.. 


ଆଉ ଟିକେ ହସରେ 


      ଝରାଏ ଅମୃତ ଲହରୀ, 


ସକଳ ଐସୂର୍ଯ୍ୟ ମୟୀ, ନାରୀ..!


ରାଗ, କ୍ରୋଧ, ହିଂସା, ଦ୍ୱେଷ 


   ନିମିଷକେ କରିପାରେ ଦୂର 


ଗଢ଼ିପାରେ ସେ ସମ୍ପର୍କର 


            ମଧୁର ନିଳୟ, 


ଦୁଇ କୁଳର ହିତ ପୁଣି, 


        ଭାର୍ଯ୍ୟା, ଭାରଗ୍ରାହୀ 


ତ୍ରାଣ କର୍ତ୍ତୀ, ସେ ସ୍ତ୍ରୀ, 


     ସହଧର୍ମିଣୀ ଅର୍ଦ୍ଧାଙ୍ଗିନୀ,


ଯାହାର ଦୃଷ୍ଟି ହିଁ, 


     ମୁଖଶାଳା,ସେ ନାରୀ..!


ବିନା ସ୍ତ୍ରୀୟେ ଜନମ ନାସ୍ତି, 


  ବିନା ସ୍ତ୍ରୀୟେ ଗମନମ ନାସ୍ତି, 


ବିନା ସ୍ତ୍ରୀୟେ ଜୀବଂ ନାସ୍ତି, 


     ବିନା ସ୍ତ୍ରୀୟେ ସୃଷ୍ଟି ନାସ୍ତି, 


ସେ ଅବଶ୍ୟମ୍ଭାବୀ, ସେ ନାରୀ..!


ନାରୀ.. ମା, ଭଗିନୀ ଜାୟା, 


   ନାରୀ..ସେ ବାନ୍ଧବୀ,କନ୍ୟା,  


ଅନେକ ଶବ୍ଦର ପ୍ରତିଶବ୍ଦ, 


   ସେ ଅନେକ ଚିତ୍ରର ଚରିତ୍ର, 


ଅନେକ କଳ୍ପନା,ପରିକଳ୍ପନା, 


   ଅତୁଲ୍ୟ ସୃଷ୍ଟିର ମୂଖ ବନ୍ଧ, 


ନିଷ୍କପଟ ହୃଦୟର ବିମୁଗ୍ଧ 


       ପ୍ରତିଛବି ଓ ପ୍ରତିଶୃତି, 


ନିରଳସ ସାଧନାର ପ୍ରତୀକ, 


      ମୂର୍ଚ୍ଛନାର ପ୍ରାଣ କେନ୍ଦ୍ର, 


ଅବିନାଶୀ ଅନନ୍ତ,ମୂର୍ତ୍ତିମନ୍ତ, 


     ଧର୍ମ ଧାରୟତି, ଧରିତ୍ରୀ, 


ଯିଏ ସୃଷ୍ଟିର ସାରାଂଶ 


        ଚିରନ୍ତନ ସୂଚୀପତ୍ର,


ମଙ୍ଗଳ ମୟୀ ହେ କରିଥାଅ 


   ଜୀବନ୍ତ ବକ୍ଷରେ ଅଗ୍ନି ସ୍ନାନ, 


ଲଙ୍ଘି ପାର ରକ୍ତ ନଦୀ 


     ଶରୀରେ ରୁଧିର ସାଗର 


ଚିରନ୍ତନ ତୁମେ ମହିୟସୀ,


  ପ୍ରଥମ ଈଶ୍ୱରୀ,ସେ ନାରୀ..!


    




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract