STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଈଶ୍ୱର

ଈଶ୍ୱର

1 min
369


ହେ ଅନନ୍ତ ହେ ଈଶ୍ୱର

ତୁମେ ପରମେଶ୍ଵର

ତୁମେ ସୃଷ୍ଟିକୁ ସର୍ଜନା କଲ

ତୁମେ ଜୀବକୁ ଜନ୍ମ ଦେଲ

ହେ ଅକ୍ଷୟ ହେ ଈଶ୍ୱର

ତୁମେ ନିରାକାର

ତୁମେ ମଣିଷକୁ ଜ୍ଞାନ ଦେଲ

ତୁମେ ବୁଦ୍ଧି ବିବେକ ଦେଲ

ହେ ଅବ୍ୟକ୍ତ. ହେ ଈଶ୍ୱର

ତୁମେ ପ୍ରାଣେଶ୍ଵର

ତୁମେ ଶକ୍ତି ରୂପେ ସବୁଠି ଅଛ

ଅନ୍ତରେ ରହି ସବୁ ଜାଣୁଛ

ହେ ଅବିନାସି ହେ ଈଶ୍ୱର

ତୁମେ ଆନନ୍ଦ ସାଗର

ତୁମେ ଫୁଲରେ ସୁବାସ ଦେଲ

ପ୍ରକୃତିକୁ ତୁମେ ସଜାଇ ଦେଲ

ହେ ଅସୀମ ହେ ଈଶ୍ୱର

ତୁମେ ଏକା ଭକତର

ତୁମରି ଇଚ୍ଛାରେ ସବୁ ତ ହେଉଛି

ବର୍ଷ ମାସ ଋତୁ ସବୁ ବଦଳୁଛି

ହେ ଅରୂପ ହେ ଈଶ୍ୱର

ତୁମେ ଭାବର ଠାକୁର ।



Rate this content
Log in

Similar oriya poem from Classics