ଶୁଭ ପଖାଳ ଦିବସ
ଶୁଭ ପଖାଳ ଦିବସ
ଓଡ଼ିଶାର ଗର୍ବ ପଖାଳର କଂସା ଟଙ୍କ
ତୋରାଣି ର ଘୋଳ
ଶାଗ ଭଜା ସାଥେ ବଢିଚୂରା ଭଜା
ଲେମ୍ବୁ କାକୁଡିର ଝୋଳ ।
ଅପୂର୍ବ ସୁଆଦ ଗୁଣେ ଭରପୂର
ଓଡ଼ିଶା ବାସି ପଖାଳ
ଉପଶମ କରେ ବାତ ପିତ୍ତ ରୋଗ
ବୀସୂଚିକା ଅତିସାର ।
ଉଚ୍ଚ ରକ୍ତଚାପ କୋଷ୍ଠକାଠିନ୍ୟ କୁ
ପଖାଳ ବି ଉପକାରୀ
ଅଜୀର୍ଣ୍ଣତା ବ୍ୟଥା ଅଗ୍ନିମାନ୍ଦ୍ୟାଧିକ
ପ୍ରଶାସନରେ ହିତକାରୀ ।
ପେଟରେ ପଡ଼ିଲେ ପଖାଳ ଗଣ୍ଡିଏ
ସନ୍ତୋଷ ହୁଅଇ ପ୍ରାଣ
ପଖାଳ ମହତ୍ତ୍ଵ ବହୁ ପରୀକ୍ଷିତ
ପ୍ରୟୋଗ ସାର୍ବଜନୀନ ।
ରଙ୍କ ଠାରୁ ରଜା ସଭିଙ୍କ ପସନ୍ଦ
ଓଡ଼ିଶା ପ୍ରିୟ ପଖାଳ
ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ
ପ୍ରସାଦେ ବି ଅଗ୍ରଗଣ୍ୟ ।
ପଥିକ ମହୈ।ଶ୍ରୀ କୋମଳ ଶୀତଳ
ପଖାଳ ଅମୃତ ସମ
ଓତଃପ୍ରୋତଭାବେ ଜଡ଼ିତ ଜୀବନେ
ଓଡ଼ିଶା ତା ପାଇଁ ଧନ୍ୟ ।