ଅବଶୋଷ
ଅବଶୋଷ
ଅବଶୋଷ ଏ ଅବଶିଷ୍ଟ ଆୟୁଷରେ
ଅବଦମିତ ଇଛାର, ଯାହା କେବେ
ଅଫୁରନ୍ତ ଆଶା ଓ ଉଦ୍ଦୀପନାର
ଆରମ୍ଭ ନେଇ ଆସୁଥିଲା, ଅଥଚ
ଅବ୍ୟକ୍ତ ରହିଗଲା !
ଅସ୍ପଷ୍ଟ ଆର୍ତ୍ତନାଦ ତା' ବେଳେ ବେଳେ ଶୁଭେ,
ଅସ୍ତବ୍ୟସ୍ତ କରାଏ,
ଅସହାୟତା ମାଡି ବସେ |
ଅଭିଯୋଗର ପେଟିରେ ସଞ୍ଚୁଥାଏ
ଅଳ୍ପ ଅଳ୍ପ......ଅଦ୍ୟାବଧି |
ଅପାସୋରା ଚିହ୍ନ ଛାଡିଯାଏ ତା'ର ସ୍ମୃତିରେ
ଅବିକଳ ଆସକ୍ତି ପରି
ଅବତରିବାକୁ ଆଉ ଥରେ ଆଗାମୀରେ
ଅନ୍ତିମ ମୂହୁର୍ତ୍ତ ପର୍ଯ୍ୟନ୍ତ |