STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ପହଣ୍ଡି ବିଜୟ

ପହଣ୍ଡି ବିଜୟ

1 min
248



ବିଜେ ନୀଳାଚଳେ ରତନବେଦୀରେ

    ପରଂବ୍ରହ୍ମ ଜଗନ୍ନାଥ

ଗୁଣ୍ଡିଚା ବାହୁଡ଼ା ଘୋଷ ମହାଯାତ୍ରା

     ଅଟଇ ବିଶ୍ଵ ବିଦିତ ।

ଗୋଟି ପହଣ୍ଡି ରେ ଆସଇ କାଳିଆ

    ହଲି ହଲି ଝୁଲି ଝୁଲି

ଶୁଭେ ଘଣ୍ଟ ଘଣ୍ଟା ଶଙ୍ଖ ଭେରୀତୂରୀ

    ହରିବୋଲ ହୁଳହୁଳି ।

ମୁଣ୍ଡରେ ପଗଡ଼ି ଝୁଲେରୀ ଟାହିଆ

    ତୁଳସୀ ଦୟଣା ମାଳ

ଅଗରୁ ଚନ୍ଦନ ବାସେ ମହମହ

    ଗଳେ ଶୋଭେ ଜୟମାଲ୍ୟ ।

ବଡ଼ ଦାଣ୍ଡେ ଦିଶେ ମୁଣ୍ଡ ମାଳ ମାଳ

    ଚଉଦିଗ ଲୋକାରଣ୍ୟ

ଥାଳି ମାରିଦେଲେ ଚାଲିଯିବ ସତେ

    ନାହିଁ ଟିକେ ଶୂନ୍ୟ ସ୍ଥାନ ।

ବିଜେ ହୋଇଥାନ୍ତି ଭ୍ରାତା ବଳରାମ

    ତାଳଧ୍ଵଜ ଅଗ୍ରରଥେ

ଦେବଦଳନରେ ମଧ୍ୟ ରଥାରୁଢା

    ସୁଭଦ୍ରେ ଚକ୍ର ସହିତେ ।

କାଳିଆ ରଜାର ଚାଲି ମତ୍ତଗଜ

    ଜଗନ୍ନାଥ ଜଗଦୀଶ

ରଥରେ ବାମନ ଶ୍ରୀ ପୁରୁଷୋତ୍ତମ

   ବିଜୟେ ସୁବର୍ଣ୍ଣ ବେଶ ।

ଗଗନ ପବନ ପଡଇ ଉଛୁଳି

   ଜୟ ଜଗନ୍ନାଥ ଜୟ

ଧନ୍ୟ ପୁଣ୍ୟ ଭୂମି ଶଙ୍ଖ ନାଭି କ୍ଷେତ୍ର

   ଉତ୍କଳ ଜୟ ଜୟ ।


   


Rate this content
Log in

Similar oriya poem from Classics