ଜୟ ଶ୍ରୀ କୃଷ୍ଣ
ଜୟ ଶ୍ରୀ କୃଷ୍ଣ
ଜୀବନ ସଂଗ୍ରାମ ଅଟେ ଘନଘୋର
ଚେତନା କୃଷ୍ଣ ଜାଗ୍ରତ
ଘୋଷେ ପଞ୍ଚଜନ୍ୟ ଚଳେ ସୁଦର୍ଶନ
ପତନେ କଂସ ର ଅନ୍ତ ।
ପୂରେ ନାହିଁ ପେଟ ଭାଷଣେ ଦୁଃଖୀର
କଲ୍ୟାଣ କର୍ମେ ଉତ୍ଥାନ
କଷ୍ଟ କଲେ କୃଷ୍ଣ ମିଳେ ଧ୍ରୁବ ସତ୍ୟ
ସାଧୁ କର୍ତ୍ତବ୍ୟ ବିଧାନ ।
ଅଘା ବକାସୁର ପୁତନା ଶକଟା
ଚକ୍ରାନ୍ତ ହୁଅଇ ଚୂର୍ଣ୍ଣ
ଜଳି ବାରମ୍ବାର ଚମକେ ଉଜ୍ଜ୍ୱଳେ
ଶୁଦ୍ଧ ସୁବର୍ଣ୍ଣ ଓ କୃଷ୍ଣ ।
ଖୋଲିଯାଏ ସ୍ୱତଃ ଲୁହାର କବାଟ
ଛିଡେ ସଶକ୍ତ ଶୃଙ୍ଖଳ
ଭଣ୍ଡ ହୋଇଯାଏ ଥାଟପାଟ ଯାତ
କଂସାସୁର ଆଡ଼ମ୍ବର ।
ନିଜ ଜନ୍ମ କର୍ମ କର୍ତ୍ତବ୍ୟ ସୁସ୍ମର
ବୃଥା ଚିନ୍ତା ଅନୁଚିତ
ନ ମଣ ନିଜକୁ ଅହଙ୍କାରେ ଶ୍ରେଷ୍ଠ
ଗର୍ବେ ଅତି ସର୍ବନାଶ ।
ଚାଲିଛି ଚାଲିବ କୃଷ୍ଣ ସଙ୍କଳ୍ପନା
ସଚେତନ ଜାଗରଣ
ବିଜୟ ସତ୍ୟର ଧର୍ମ ସଂଗ୍ରାମର
ଜୟ ଜଗଦୀଶ କୃଷ୍ଣ ।