STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

କବିତା

କବିତା

1 min
261

କବିତା......

ତୁମେ ମୋର ଆଶା ତୁମେ ମୋର ନିଶା

ତୁମେ ମୋ ମନର ତୃଷ୍ଣା |

ତୁମ ଭାବ ର ଉତ୍ପତି ଆତ୍ମା କରେ ତୃପ୍ତି

ତୁମ ଭାବରେ ଝରେ ଜ୍ୟୋତ୍ସ୍ନା ||


କବିତା......

ତୁମେ ଯେ ସରସୀ ତୁମେ ଯେ ଅଳସୀ

ତୁମେ କାକର ର ବିନ୍ଦୁ |

ତୁମେ ମଧୁ ରାତି ତୁମେ ମଧୁ ପ୍ରୀତି

ତୁମେ ଯେ ପ୍ରେମ ର ସିନ୍ଧୁ ||


କବିତା......

ତୁମେ ଶରତ କାଳରେ ବସନ୍ତ ଡାଳ ରେ

କୋଇଲି କୁହୁ ରେ ଆସି |

ଗାଓ କବି ମନେ କେତେ ଭାବ ଜନ୍ମେ

ଅନ୍ତରେ ହୁଏ ସେ ଖୁସି ||


କବିତା......

ତୁମେ କବିର ଭାବନା କବିର ଲେଖନୀ

କବିର ଅକୁହା କଥା |

ତୁମ ପାଇଁ କବି ଲେଖେ ଭାବି ଭାବି

ଗହୀର ମନ ର ଗାଥା ||


କବିତା.....

ତୁମେ ଯେ ସୁନେଲି ତୁମେ ଯେ ରୂପେଲି

ତୁମେ ପୁଣି ଶୁଭ୍ର ତାରା |

ନିତି ଆସି ରୁହ ଭାବନା ରେ ମୋର

ମୋ ଲେଖନୀ ରେ ଦିଅ ଧରା ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract