ଅହଲ୍ୟା ସ୍ତବ
ଅହଲ୍ୟା ସ୍ତବ
ଶ୍ରୀରାମ ଲକ୍ଷ୍ମଣ ସାଥେ ବିଶ୍ଵାମିତ୍ର ମୁନି l
ମିଥିଳା ଗମନ ଦିଶେ ସୁନ୍ଦର ଅବନୀ ll
ପଥରେ ପଥରହୋଇ ଗଉତମ ନାରୀ l
ଶାପେ ରହିଅଛି ପ୍ରଭୁ ପଥ ଅନୁସରି ll
ପ୍ରଭୁଙ୍କ ପଦ ପଙ୍କଜ ପଥରେ ପଡ଼ିଲା l
ଉଠି କରଯୋଡ଼ି ସ୍ତୁତିକରଇ ଅହଲ୍ୟା ll
ଜୟ ପତି ତପାବନ ଭୂବନ ପାଳକ l
ନୟନାଭିରାମ ରଘୁ କୁଳର ତିଳକ ll
ଯୁଗ ଯୁଗ ତବ ପଥ ରହିଅଛି ଚାହିଁ l
ଅହଲ୍ୟା ତରିବ ଦେଖି ପ୍ରଭୁ ଭାବଗ୍ରାହୀ ll
ପତର ହୋଇ ପଥର ପଡ଼ି ଥିଲି ପଥେ l
ପ୍ରଭୁଙ୍କୁ ଦର୍ଶନ କଲି ପାପି ଚର୍ମନେତ୍ରେ ll
ଅଶେଷଜନ୍ମ ପାପିନି ପାଷାଣି ଅହଲ୍ୟା l
ତବ କୃପାବଳେ ପ୍ରଭୁ ଆଜ ନିସ୍ତରିଲା ll
ଜୟ ଶ୍ରୀ ରଘୁନାୟକ ରାଜୀବ ଲୋଚନ l
ଜ୍ଞାନଗମ୍ୟ ପ୍ରଭୁ ସର୍ବପାପ ବିମୋଚନ ll
ମୁନିଙ୍କ ଶାପ ଲଭିଲି ପରମ ସୌଭାଗ୍ୟ l
ତବ ଦରଶନ ପ୍ରଭୁ ଆହା ଅହୋଭାଗ୍ୟ ll
ଯାବତ ଚନ୍ଦ୍ରାର୍କେ କଥା ଥିବ ମହିତଳେ l
ଅହଲ୍ୟା ଉଦ୍ଧାରି ପ୍ରଭୁ ମିଥିଳାକୁ ଗଲେ ll
ମାଗୁଣି ଏତିକି ମୋର ପ୍ରଭୁ ଦୟାମୟ l
ହୃଦୟ ରହୁ ମୋ ସଦା ରମ୍ୟ ରାମମୟ ll
ଯୁଗେଯୁଗେ ତବ ପଦ ତଳେ ଭକ୍ତିଥାଉ l
ପ୍ରାଣୀ ମୋକ୍ଷଦାୟୀ ରାମନାମ ସଦା ଗାଉ ll
