STORYMIRROR

ବିନୟ ମହାପାତ୍ର

Abstract Classics

4  

ବିନୟ ମହାପାତ୍ର

Abstract Classics

ଶବ୍ଦ

ଶବ୍ଦ

1 min
324

ଶବ୍ଦ ତ ନିଶବ୍ଦ ଥିଲା

କିନ୍ତୁ ତୁମ ମଧୁର କଣ୍ଠରେ

ଶବ୍ଦ ସତେ ଜୀବନ ପାଇ ଗଲା ।

ତୁମର ପଦିଏ କଥାରେ ସତେ

ଶିମିଳିପାଳ ଜ୍ୱଳନ୍ତ ଅଗ୍ନିରେ

ବର୍ଷାର ଶୀତଳ ମଲମ ଲଗାଇ ଦେଲା ।


ଶବ୍ଦର କି ନିଜସ୍ୱ ମାନେ ଥାଏ ?

ଶବ୍ଦର ତ କିଛି ବି ନଥାଏ

ତଥାପି, ଶବ୍ଦ କେତେ ଶକ୍ତିଶାଳୀ

ଘଡିକରେ ଦୋହଲାଇ ପାରେ

ରାଜ ସିଂହାସନ,

ଶବ୍ଦ କେବେ ଭରି ଦିଏ

ଶୁଷ୍କ ହୃଦୟରଃ ପ୍ରେମର ଜୀବନ ।

ଶବ୍ଦ କେବେ ଭାଙ୍ଗି ଦିଏ,

ଜତନରେ ବନ୍ଧା ଏକ ନୀଡ,

ଶବ୍ଦ କେବେ ମଳୟ ପବନ

ଆଉ କେବେ କାଳ ବୈଶାଖୀର ଝଡ ।ଶ

ବ୍ଦ ଜୋଡେ ସମ୍ପର୍କର ଅତୁଟ ବନ୍ଧନ,

ଶବ୍ଦ କେବେ ଅବୁଝା ରହି ଗଲେ

କଥା ବି ବ୍ୟଥା ଦେଇ ଯାଏ

ଜଳି ଯାଏ ସମ୍ପର୍କର ନନ୍ଦନ କାନନ ।


ସଂସାରର ଅଭିଧାନେ

ଭରି ଅଛି ଶବ୍ଦ ଅସୁମାରୀ

ବାଛି ନିଅ ଗୋଟି ଗୋଟି ଶବ୍ଦ

ଶବ୍ଦ ସମୁଦ୍ରର ସାମୁକାରୁ ମୁକ୍ତା ପରି,

ପ୍ରେମର ରସରେ ଭିଜାଇ

କୋମଳ କଣ୍ଠେ ପରଶି ଦିଅ

ଦୁନିଆର ପଙ୍ଗତରେ

ବାନ୍ଧି ନିଅ ସଂସାରକୁ ଅତୁଟ ଡୋରୀରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract