STORYMIRROR

Sarojini Mishra

Classics

4  

Sarojini Mishra

Classics

"ମହାସତୀ ବୃନ୍ଦାବତୀ "

"ମହାସତୀ ବୃନ୍ଦାବତୀ "

1 min
288


ଆମରି ଶାସ୍ତ୍ର ଓ ପୁରାଣରେ ଲେଖା 

କେତେ ଯେ ତାତ୍ତ୍ଵିକ ଗାଥା

ଭାରତୀୟ ନାରୀ ଶୁଚି ନିଷ୍ଠ ଗାଥା

ପ୍ରତିଟି ପୁଷ୍ଠାରେ ଲେଖା ।


ଆମ ପୋଥି ଅବା ପୁରାଣ କହଇ

ସତୀତ୍ଵ ଶକତି କଥା

ଯେଉଁ ଶକତି ରେ ସ୍ଵାମୀ ଜୀବନ ବି

ପଡ଼ି ଯାଇଥାଏ ବନ୍ଧା ।


ଅନ୍ୟାୟ ଅନୀତି ଜଳନ୍ଧର ମତି

ଅଟେ ବୃନ୍ଦାବତୀ ପତି

ବ୍ରହ୍ମା ବରେ ସେ ଯେ ଅଟେ ବଳୀୟାନ

ଦୁର୍ମତି ସେ ମୁଢ ମତି ।


ଦୁରାଚାରୀ ଅତ୍ୟାଚାରେ ଜର୍ଜରିତ

ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ

ତା ସଙ୍ଗେ କାମୁକ ସାଜେ ଜଳନ୍ଧର

ପାର୍ବତୀଙ୍କ ରୂପେ ଭୋଳ ।


ପତ୍ନୀ ବୃନ୍ଦାବତୀ ସତୀତ୍ଵର ସଙ୍ଗେ

ଜଳନ୍ଧର ମୃତ୍ୟୁ ବନ୍ଧା

ଜଗତ ହିତରେ ଜଳନ୍ଧର ବେଶେ

ଚଳିଲେ ଜଗତ ସ୍ରଷ୍ଟା ।


ଜଗତ ହିତରେ ଅପବାଦ କୁ ଯେ

ଜାଣି ଜାଣି ଡାକି ଦେଲେ

ବୃନ୍ଦାଙ୍କ ସତୀତ୍ଵ ହରଣ କରି ସେ

ଦୋଷ ସ୍ୱୀକାର କରିଲେ ।


ସତୀ ବୃନ୍ଦାବତୀ ସତୀ ହିଁ ରହିବେ

ଏ କଥା କହି ଯେ ଗଲେ

ସତୀ ଅଭିଶାପ ସ୍ୱୀକାର କରି ସେ

ଶାଳଗ୍ରାମ ଶିଳା ହେଲେ ।


ଖାଲି ସତୀ ନୁହେଁ ମହାସତୀ ହେଲେ

ମାତା ବୃନ୍ଦାବତୀ ପରା

ଆତ୍ମାହୁତିର ସେ ପବିତ୍ର ପାଉଁଶୁ

ତୁଳସୀ ଯେ ଆବିର୍ଭୁତା ।


ସତୀ ଖାଲି ନୁହେଁ ମହାସତୀ ବୃନ୍ଦା

ପ୍ରଭୁ ପ୍ରିୟା ହୋଇଗଲେ

ସାଜନ, ଭୋଜନ,ଶୟନେ ବି ପ୍ରଭୁ

ତୁଳସୀ ପ୍ରିୟ ହୋଇଲେ ।


ପ୍ରତି ଅଗଣାର ତୁଳସୀ ଚଉରା 

ବୃନ୍ଦାଙ୍କ ସତୀତ୍ଵ କୁହେ 

ସକାଳ ଶଙ୍ଖରେ ସଂଜ ସଳିତା ରେ

ପବିତ୍ରତା ଭରେ ଗୃହେ ।


ଆମ ଶାସ୍ତ୍ର କୁହେ ତୁଳସୀ ପତ୍ରରେ

ଦେବତାଙ୍କର ଯେ ବାସ

ତୁଳସୀ ପତ୍ରଟେ ନପଡିଲେ ପ୍ରଭୁ

କରନ୍ତି ନାହିଁ ଯେ ଗ୍ରାସ ।


ତୁଳସୀ ବୃକ୍ଷର ଉପସ୍ଥିତିରେ ଯେ

ପବିତ୍ରତା ଚହଟଇ

ମନ ପ୍ରାଣ ହୁଏ ମାଧୁର୍ଯ୍ୟ ମଣ୍ଡିତ 

ଚଉରାକୁ ଦେଲେ ଚାହିଁ ।


ତୁଳସୀ ମୂଳରେ ପାଣି ଢାଳିବାର

ଅନୁଭୂତି ଯେ ଅନନ୍ୟ

ଧନ୍ୟ ମହାସତୀ ବୃଦାବତୀ ମାତା

ତୁମେ ଅଟ ମହୀୟାନ ।



.


Rate this content
Log in

Similar oriya poem from Classics