ଜୟ ଶ୍ରୀରାମ
ଜୟ ଶ୍ରୀରାମ
ମରଣର ପରେ ହୁଅଇ ଜନମ
ସତ୍ଯ ହିଁ ପରମ ଧର୍ମ
ଶତ ପ୍ରତିବନ୍ଧ ବାଧା ଓ ବନ୍ଧନ
ମାନେନା ଉଦବରଣ ।
ଜୀବନ ମରଣ ମଧ୍ଯେ ଅହରହ
ଚାଲିଛି ମହା ସଂଗ୍ରାମ
ଜିଣୁଛି ଜୀବନ ଜୀଉଛି ଆଲୋକେ
ରଚି କୀର୍ତ୍ତିମାନ ନାମ ।
ମରଣ କାଳରେ ଉଦ୍ଘୋଷେ ମାନବ
ମହାମନ୍ତ୍ର ରାମନାମ
ଜ୍ଯୋତିର ପ୍ରକାଶ ସତ୍ଯ ଚିରନ୍ତନ
ଜୀବନ ଅମୃତ କଣ ।
ଅଯୋଧ୍ୟା ପୁରୀର ରାଜା ଦଶରଥ
କୌଶଲ୍ୟା ଜନନୀ ଗର୍ଭେ
ନୟନାଭିରାମ ପୁରୁଷ ଉତ୍ତମ
ଆତ୍ମାରାମ ଜନ୍ମ ଲଭେ ।
ଧର୍ମ ରକ୍ଷା ପାଇଁ ପାଳି ପିତୃସତ୍ୟ
ବନସ୍ତେ ଚଉଦ ବର୍ଷ
କରଇ ସଂଗ୍ରାମ ସାଧନା ତପସ୍ୟା
ସଂହରେ ଦୁଷ୍ଟ ରାକ୍ଷସ ।
ଦେଖାଏ ବୀରତ୍ବ ନିଷ୍ଠା ପରାକାଷ୍ଠା
ଶ୍ରେଷ୍ଠତ୍ବ ପ୍ରତିବଦ୍ଧତା
ସତ୍ଯସନ୍ଧ ରାମ ଭାଲତଟେ ଶୋହେ
ସଗର୍ବେ ବିଜୟ ଟୀକା ।
ପ୍ରାଣ ଯାଉ ପଛେ ରଖନ୍ତି ବଚନ
ରାଜୀବ ଲୋଚନ ରାମ
ଜୀବନ ରହସ୍ଯ ବର୍ଣ୍ଣେ ରାମାୟଣ
ରାମ ବେଦଶାସ୍ତ୍ର ଜ୍ଞାନ ।
ଥିବ ଯେତେଦିନ ଗିରି ହିମାଳୟ
ଆତଯାତ ଚନ୍ଦ୍ର ସୂର୍ଯ୍ଯ
ସତ୍ଯ ରାମନାମ ତୂର୍ଯ୍ଯନାଦ ଶବ୍ଦ
ଉଦ୍ଭବିବ ଶକ୍ତି ସୌର୍ଯ୍ଯ ।
