Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUKEYA JABEEN

Tragedy

3.9  

RUKEYA JABEEN

Tragedy

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
165


ବେଳେ ବେଳେ ଇଚ୍ଛା ହୁଏ,

ତୁମ ସଙ୍ଗେ କିଛି,

ଅନ୍ତରଙ୍ଗ ମୁହୂର୍ତ୍ତ କଟାଇବାକୁ,

ଏ ମନର କିଛି କଥା,

ତୁମ ଆଗେ ରଙ୍ଗ ଦେଇ ସଜାଇବାକୁ ,

ତୁମ ମନେ ଲୁକ୍କାୟିତ କିଛି,

କାହାଣୀ ଓଷ୍ଠେ ଖେଳାଇବାକୁ ।


ଏଇ ଯେ,

ସୁଦୀର୍ଘ ଭବିଷ୍ୟତର ସୁନୀଳ ରେଖାଚିତ୍ର,

ସ୍ୱପ୍ନ ତୁଳୀରେ ଆଙ୍କିବାକୁ,

ବର୍ତ୍ତମାନର କିଛି ସ୍ମୃତି,

ତୁମ ନାମେ ସୁରକ୍ଷିତ ରଖିବାକୁ,

ଜୀବନର ପ୍ରତିବିମ୍ବ,

ତୁମ ହସ୍ତ ରେଖାରେ ଠଉରେଇବାକୁ ।


କିନ୍ତୁ,

ତୁମ ପାଖେ ସମୟ କାହିଁ,

ମୋ ସଙ୍ଗେ ବାଣ୍ଟିବାକୁ,

ସମୟ ସାଥେ କର୍ମମୟ ଜୀବନର,

ଥକ୍କାପଣ ଯେ ଅଛି ବାଧକ ସାଜିବାକୁ,

କେବେ ପୁଣି କିଛି ନାହିଁ,

ନା ତୁମେ, ନା ସମୟ, ନା ତୁମ ଥକ୍କାପଣ,

କିଛି ନାହିଁ, ଅଛି ତ କେବଳ ଭାବନା,

ସର୍ବେ ସଙ୍ଗୀନୀ ହବାକୁ ।



Rate this content
Log in

Similar oriya poem from Tragedy