Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Romance

3  

Dr.Soumya Ranjan Khatua

Romance

ହୁଏ ମୁଁ ଝୁରି ତୁମକୁ

ହୁଏ ମୁଁ ଝୁରି ତୁମକୁ

1 min
188



ଅନେକ ସମ୍ଭାବନା ପାଇଁ ଥିଲା ପ୍ରତିଶ୍ରୁତି ତୁମର ,

ସେ ପ୍ରତିଶୃତି ସବୁ ପ୍ରତାରଣା ହେଲା ଯେ ଆଜି ତୁମର,

ମୃଗ ନୟନୀ ଯୋଡିକ ଆଜି ମାୟାଜାଲ ତୁମର ,

ସତେ କି ତୁମେ ଚକ୍ଷୁ ବନ୍ଧନୀରେ ସମ୍ମୋହିତ କର ।। - - - ୧


ମାୟାବିନୀ ରାତି ଠୁ ଅଧିକ ଯେ ତୁମେ ,

ଅମାବାସ୍ୟା ରାତିଠୁ ଅଧିକ କଳା ଅନ୍ଧାର ତୁମେ , 

ନିର୍ଭୁତ ନିଶୀଥେ ଅଳକା ପୁରୀରେ

ତୁମକୁ ମୁ ଖୋଜେ ହେଲେ ତୁମେ ! ,

ନିଷିଦ୍ଧ ଯୌବନ କଡ ଲେଉଟାଏ

ସ୍ବପ୍ନ ଯାଏ କେଉଁଠି ନଥାଅ ଯେବେ ତୁମେ ।। - - - ୨


ମନେ ପଡ଼େ ତୁମ କଥା ସକାଳରେ ,

ସକାଳ ଅଳସେ ଦିନର ପ୍ରଥମ ପରଶରେ ,

ପହିଲି ସୁରୁଜ ସୁନେଲୀ ସକାଳ କିରଣରେ ,

ମୋ ନାୟିକା ପୁଣି ତୁମେ ମୋ ପ୍ରୀତି ପ୍ରଣତୀରେ ।। - - - ୩


ମୋ ଜୀବନ ଅନେକ ସମ୍ଭାବନାରେ ,

ଅନେକ ଭବିଷ୍ୟତ ପୁଣି ତୁମ ପ୍ରତିଶୃତିରେ ,

ସଦ୍ୟ ପ୍ରସ୍ଫୁଟିତ କଢିଟିଏ ପରି ଅପର୍ଯ୍ୟାପ୍ତ ଆଶା ଆକାଂକ୍ଷାରେ ,

ସିନ୍ଦୁରବର୍ଣ୍ଣା ସୂର୍ଯ୍ୟାଲୋକ ଆଗ୍ରାହ୍ନାର୍ଥେ ଏକ ସୂର୍ଯ୍ୟମୁଖି ରୂପରେ ।। - - - ୪


ନିରାଶା ବିହୀନ ଅପର୍ଯ୍ୟାପ୍ତ ଆଶା ସ୍ୱପ୍ନ ସାଗରେ ,

ଉବୁଡୁବୁ ତୁମ ନୌକା ସାହାରା ଅପେକ୍ଷାରେ ,

ଶୁଷ୍କ ଆଜି ମୁଁ ତୁମ ସମ୍ମୋହନ ତୃଷ୍ଣାରେ ,

ଦଗ୍ଧ ଆଜି ପ୍ରିୟେ ତୁମ ବିରହ ନିଦାଘ ଜ୍ୱାଳାରେ ।। - - - ୫


ହୁଏ ମୁଁ ଝୁରି ତୁମକୁ ... ,

  ହଁ ! କେବଳ ତୁମକୁ ,

ତୁମ ମିଳନର ସେ ଅଲିଭା ତୃପ୍ତିକୁ ,

ସେ ଅପାସୋରା ବାସଭରା ରାତିର ସ୍ମୁତିକୁ ।। - - - ୬


Rate this content
Log in

Similar oriya poem from Romance