STORYMIRROR

Manaswinee Dash

Abstract

3  

Manaswinee Dash

Abstract

ହୁଅ ସଜାଗ, ହୁଅ ସଚେତନ

ହୁଅ ସଜାଗ, ହୁଅ ସଚେତନ

1 min
182


ହେ ମାନବ ସମାଜ ହୁଅ ସଜାଗ ହୁଅ ସଚେତନ, 

ଦିନକୁ ଦିନ ବଢି ଚାଲିଛି ପରିବେଶ ପ୍ରଦୂଷଣ, 

ଏବେ କୁହନି ତୁମେ କାରଣ ଜାଣିଣ, 

ଏଇଆ ତ ପରିବେଶ କୁ ତୁମରି ଦେନ। 



ଏବେବି ଅଛି ସମୟ, 

ଯେତେ ଶୀଘ୍ର ପାରିବ ନିଜେ ସଜାଗ ହୁଅ, 

ସମାଜ କୁ ସଚେତନ କରାଅ, 

ତ ହେଲେ ତ ଫଳ ଲଭିବ ନିଶ୍ଚୟ। 



ଗଢି ଆଣିଲ କଳକାରଖାନା, 

କୋଠା ଉପରେ କୋଠା କଲ ଗଠନ, 

ବଢି ଚାଲିଲା ଜାନବାହନ,

ପୁଣି ତା ସାଥୀରେ ଜଂଗଲ କ୍ଷୟ କରିଣ। 


ନିଜ ଗୋଡରେ ମାରିଲ ନିଜେ କୁରାଢି, 

ପ୍ରଦୁଷଣ ଦିନକୁ ଦିନ ଚାଲିଛି ବଢି, 

ପ୍ରତିକୂଳ ପରିସ୍ଥିତି ରେ ପରିବେଶ ଆଉ ପାରୁନି ଲଢି, 

କିପରି ହେବ ସୁସ୍ଥ ସମାଜ ଗଢି। 


ପିଲାନ୍କୁ କରିବା ସଚେତନ, 

ସେମାନେ ନେବେ ପରିବେଶ ର ଯତ୍ନ, 

 ଆଧୁନିକତାର ଉପଯୋଗ କରି ଆଣିବେ ଦିନେ ସମାଧାନ, 

ଦିନେ ହଟିଯିବ ପରିବେଶ ପ୍ରଦୂଷଣ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract