STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ହତଜ୍ଞାନ

ହତଜ୍ଞାନ

1 min
11.9K

     

କାହିଁକି ମଣିଷ ମନରେ ହିଂସା

 କାହିଁକି ଅସୂୟା ଭାବ

କାହିଁକି ଜୀବନ ଜଳଇ ଅଦିନେ

  ଉତ୍ତର କିଏସେ ଦେବ ।।


ଆଳସ୍ୟ ର ବସବର୍ତ୍ତି ହୋଇ ନର

  ଅକର୍ମା ଯାଉଛି ହୋଇ

ଧରମ ଦାଣ୍ଡରେ ଅଧରମ ଖେଳ

    କରମ କୁ ଭୁଲିଯାଇ ।।


ନିଶ୍ଚଳ ନିଥର ହେଉଛି ସମାଜ

   ଉପଳ ସମାନ ଦେଖ

ଆଗ ପଛ ଚଳତ୍ ଶକ୍ତି ବିହୀନ

    ବନ୍ଧା ପଡ଼ିଛି ବିବେକ ।।


ହଜି ଯାଉଅଛି ଜ୍ଞାନ ଓ ଗରିମା

   ନର ନାରୀ ନୀତି ହୀନ

ବଢେ ଅପରାଧ ଜୀବନ ହତାଶ

    ପଥ ହୁଡେ ଦିନୁ ଦିନ ।।


ଖାଇବାର ଦାନ୍ତ ଦେଖାଇବା ଦାନ୍ତ

     ହାତୀ ପରି ଏ ମଣିଷ

ବିଷମ ସ୍ଥିତି ରେ ମଣିଷ ତୁଣ୍ଡେ

     ଖାଲି ହଳାହଳ‌ବିଷ  ।।


ସଂକଟ ମଧ୍ୟେ ଆଜିର ଦୁନିଆଁ

   ହା ହା କାର ଭୂମିଭୂମା

ଏ ପ୍ରାଣୀ ଜଗତ ସ୍ଵାହା ହୋମାନଳେ

  ବିଚିତ୍ର ନୁହଁଇ ଜମା ।।


 ହିଂସା, ଅସୂୟା, ଆଳସ୍ୟ ର ବଶ

     ଶୁଣରେ ମାନବ ଜାତି

ମରଣ ଦୁଆରେ ଉପଗତ ହୋଇ

     ପୁଣି ନକର ଆଉ ଅନୀତି ।।


ସାବଧାନ ହୁଅ‌ ମଣିଷ ସକଳ

  ବିପଦେ ଆଜି ତୋ ‌‌ଜାତି

ନିଜକୁ ନିଜେତୁ ଚିହ୍ନ ‌ରେ ମଣିଷ

    ପାହି ଯିବ କାଳ ରାତି ।।


ଉଇଁବ ନବୀନ ସୂରୁଯ ଆଣିବ

    ପୁଣି ନବ ଜାଗରଣ

ଯାଗିବି ଏ ଜାତି ନୂତନ ଆଶାର

    କର କର ଉନ୍ମୋଚନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract