"ହସୁଛି ମୁଁ କରୋନା"
"ହସୁଛି ମୁଁ କରୋନା"
ହସୁଛି ମୁଁ କରୋନା
କାନ୍ଦୁଛି ଜନତା
ହସୁଛନ୍ତି ଅପାରଗ ନେତା
କାନ୍ଦନ୍ତି ସାଧାରଣ ଜନତା ।
ହେ ଭାଗ୍ୟ ବିଧାତା
କି ଯୋଗେ ଗଢିଲୁ
ଏ ନିରୀହ ଜନତା
ନାହିଁ କି ତୋ ଦୟାମାୟା
କିମ୍ପାଇଁ କରୁ ହୀନିମାନ
କି ଦୋଷେ ଦଣ୍ଡିତ କରୁ
କି ଦୋଷେ ନେଉ ପ୍ରାଣ
କି ଦୋଷ କଲେ
ଏ ନିରୀହ ଜନ ?
ବଡ ବଡ ଧନୀ ପୁଞ୍ଜିପତି
ରାଷ୍ଟ୍ର ନିର୍ମାତା
ନ କରନ୍ତି ଚିନ୍ତା
କି ପାଇଁ ଜଳୁଛି ଆଜି
ନିରୀହ ଜନଙ୍କ ଚିତା
ସେ ପାଇଁ ହସୁଛି
ଆଜି ମୁଁ କରୋନା
କାନ୍ଦୁଛି ଜନତା ।
ପରିବେଶକୁ କରି ହତ୍ୟା
ଜଳ,ସ୍ଥଳ, ବାୟୁ
ତିନି ବିଭାଗକୁ କରି ପ୍ରଦୂଷଣ
ମନେ ମନେ ଏ ମଣିଷ ଜାତିଟା
ଚାହିଁଲା ହେବାକୁ ଜଗତ ଜିତା
ବିଜ୍ଞାନକୁ କରି ଆୟୁଧ
ନିର୍ମାଣ କରିବାକୁ ଚାହିଁଲା
ବିରାଟ ବିରାଟ ଅଟ୍ଟାଳିକା ଓ
ନିର୍ମାଣ ସୌଧ
ଭସ୍ମାସୁରକୁ ବରଦେଲା ପରି
ଏ ମଣିଷ ଜାତି
ମୋତେ ଦେଲା ବର
ଜୀବନ ଜୀବିକା ଛଡାଇ
କଲି ମୁଁ ମୋ କାୟା ବିସ୍ତାର
ରଚିଲି ଆକ୍ରାନ୍ତ ଓ
ମୃତ୍ୟୁର ବିଭୀଷିକା
ଏବେ ମଣିଷ ଖୋଜୁଛି
ତା' ପୂର୍ବ ଗୌରବ
ପୂର୍ବ ଗାରିମା ତଥା
ଜୀବନ ଓ ଜୀବିକା ।
କାହିଁଗଲା ସେ ବଡିମା
ସେ ନାଲିବତୀ ଗାଡି
କାହିଁଗଲା ବାହାଦୂରୀ
ସେ ଫିତାକଟା ଉଡି
ବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ,
ବିଜ୍ଞାନାଗାର, ସମସ୍ତ ଅନୁଷ୍ଠାନ
ସବୁଠି ଏବେ ତାଲା
ଏ ମଣିଷ ଯୋଗୁଁ
ରଚାଇଛି ମୁଁ
ମହାମାରୀ ପାଲା
ବିଷ ମଞ୍ଜି ବୁଣିଲେ
ବୁଦ୍ଧିଜୀବି, ବୈଜ୍ଞାନିକ,
ବିଜ୍ଞଜନ ଓ ମହାମହା ନେତା
ତା'ର ଫଳ ଭୋଗୁଛନ୍ତି
ଏ ସାଧାରଣ ନିରୀହ ଜନତା
ଏତାଦୃଶ କୁକର୍ମମାନ ଦେଖି
ଏ ମଣିଷ ଜାତିର
ହସୁଛି ମୁଁ କରୋନା
କାନ୍ଦୁଛି ଜନତା
ହସୁଛନ୍ତି ଅପାରଗ ନେତା
କାନ୍ଦନ୍ତି ସାଧାରଣ ଜନତା ।