ହସି ଉଠିଲା ମୋ ଘର ଅଗଣା
ହସି ଉଠିଲା ମୋ ଘର ଅଗଣା
କୁନି ପାଦ ଥାପି ଅଗଣାରେ ମୋର
ଯେବେ ତୁ ଖେଳିଲୁ ଆସି ,
ମୋ ଘର ଅଗଣା ହସି ଉଠୁଥିଲା
ଜୀବନେ ଦୁଃଖ ବିନାଶି ।
ତୋ ପାଦ ଶବ୍ଦରେ ପୁରି ଉଠୁଥାଏ
ଆମ ଏ ଘର ଅଗଣା ,
ତୋ ଓଠର ସେଇ ଖିଲି ଖିଲି ହସ
କରିଦିଏ ବାଟବଣା ।
ତୋ ଚଞ୍ଚଳ ମନରେ ପୁରି ରହିଥାଏ
ଆବେଗରେ ଭରା ସ୍ନେହ ,
ସେହି ସ୍ନେହ ସତେ ମନ କିଣିନିଏ
ଦୁଃଖ ହୋଇଥାଏ ଦାହ ।
ସ୍ନେହ ବୋଳା ତୋର ପରଶ ପାଇଲେ
ମନ ମୋର ଯାଏ ଭରି ,
ତୋ ମିଠା ଛୁଆଁରେ ଭରିଛି ମାଦକ
କିଏ ହେବ ତୋର ସରି ।
ମନେ ତୋ ନଥାଏ ରାଗ ଇର୍ଷା କ୍ରୋଧ
ସଭିଙ୍କୁ କରୁ ନିଜର ,
କ୍ଷଣିକରେ ତୁହି ମନ ମୋହିନେଉ
ତୋ ମନେ ସ୍ନେହ ଅପାର ।
