ହସ ହସ ମିଠା ପଦିଏ କଥା
ହସ ହସ ମିଠା ପଦିଏ କଥା
ହସ ହସ ମିଠା ପଦିଏ କଥାରେ
ମନ ମିଳିଯାଏ, ଯୋଡିଯାଏ ଫଟା ହୃଦୟ,
ହସ ହସ ମିଠା ପଦିଏ କଥାରେ
ପିରତି ବରଷେ, ଅମୃତ ପରଶେ
ଅଦିନେ ବହଇ ମଳୟ
ପ୍ରତି ପ୍ରଭାତରେ ହସ ହସ ମୁଖେ
ସୁରୁଜ ଉଅଁଇ ସୁନେଲି ମୁରୁଜ ବୁଣି,
ହସ ହସ ମୁହେଁ ଆକାଶେ ବିଛାଏ
ନାଲିଆ ପଣତ ସୁରୁଜ ପାଇଁ ତ
ହସଇ ଧରିତ୍ରୀ ରାଣୀ
ଅତି ସରାଗରେ ହସିଦେଇ ଟିକେ
ସୁରୁଜମୁଖୀ ସେ ଲାଜେଇ ଆଖିରେ ଚାହେଁ,
ସକାଳ ସୁରଜ କହିଦେଲା ଅବା
ସୁରୁଜ ମୁଖୀକୁ ତା ପିରତି କଥା
ରାତି ସାରା କେତେ ବିରହ ବେଦନା ସହେ
ଶିଶୁର ନିର୍ମାୟା ଦରୋଟି ହସରେ
ଦୁନିଆ ହସଇ ହସିଯାଏ ଲକ୍ଷେ କୁଶୁମ,
ଦୁଃଖ ହରିନିଏ ଦୁଃଖି ହୃଦୟର
ମନର ଘାଆରେ ବୋଳିଦିଏ ଅବା ମଲମ
ଟିକିଏ ହସ ସେ ଅମୂଲ୍ୟ ସଂସାରେ
ପ୍ରିତି ବାଣ୍ଟିଯାଏ ହୃଦୟେ ହୃଦୟେ,
ଶୁଷ୍କ ଜୀବନରେ ଭରିଦିଏ ନବପୁଲକ,
ଚେନାଏ ହସ ସେ ମିଳେ ମାଗଣାରେ
ଖୁସି ବାଣ୍ଟିଯାଅ ଦୁଃଖ ଦୁନିଆରେ
ଟିକିଏ ହସରେ ଭୁଲିଯାଉ ଦୁଃଖ
ଫୁଲେ ବାଣ୍ଟିଯାଅ ମହକ

