STORYMIRROR

ବିନୟ ମହାପାତ୍ର

Romance

2  

ବିନୟ ମହାପାତ୍ର

Romance

ହସ ହସ ମିଠା ପଦିଏ କଥା

ହସ ହସ ମିଠା ପଦିଏ କଥା

1 min
355

ହସ ହସ ମିଠା ପଦିଏ କଥାରେ

ମନ ମିଳିଯାଏ, ଯୋଡିଯାଏ ଫଟା ହୃଦୟ,

ହସ ହସ ମିଠା ପଦିଏ କଥାରେ

ପିରତି ବରଷେ, ଅମୃତ ପରଶେ

ଅଦିନେ ବହଇ ମଳୟ

ପ୍ରତି ପ୍ରଭାତରେ ହସ ହସ ମୁଖେ

ସୁରୁଜ ଉଅଁଇ ସୁନେଲି ମୁରୁଜ ବୁଣି,

ହସ ହସ ମୁହେଁ ଆକାଶେ ବିଛାଏ

ନାଲିଆ ପଣତ ସୁରୁଜ ପାଇଁ ତ

ହସଇ ଧରିତ୍ରୀ ରାଣୀ

ଅତି ସରାଗରେ ହସିଦେଇ ଟିକେ

ସୁରୁଜମୁଖୀ ସେ ଲାଜେଇ ଆଖିରେ ଚାହେଁ,

ସକାଳ ସୁରଜ କହିଦେଲା ଅବା

ସୁରୁଜ ମୁଖୀକୁ ତା ପିରତି କଥା

ରାତି ସାରା କେତେ ବିରହ ବେଦନା ସହେ

ଶିଶୁର ନିର୍ମାୟା ଦରୋଟି ହସରେ

ଦୁନିଆ ହସଇ ହସିଯାଏ ଲକ୍ଷେ କୁଶୁମ,

ଦୁଃଖ ହରିନିଏ ଦୁଃଖି ହୃଦୟର

ମନର ଘାଆରେ ବୋଳିଦିଏ ଅବା ମଲମ

ଟିକିଏ ହସ ସେ ଅମୂଲ୍ୟ ସଂସାରେ

ପ୍ରିତି ବାଣ୍ଟିଯାଏ ହୃଦୟେ ହୃଦୟେ,

ଶୁଷ୍କ ଜୀବନରେ ଭରିଦିଏ ନବପୁଲକ,

ଚେନାଏ ହସ ସେ ମିଳେ ମାଗଣାରେ

ଖୁସି ବାଣ୍ଟିଯାଅ ଦୁଃଖ ଦୁନିଆରେ

ଟିକିଏ ହସରେ ଭୁଲିଯାଉ ଦୁଃଖ

ଫୁଲେ ବାଣ୍ଟିଯାଅ ମହକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance