STORYMIRROR

Debabrata Mishra

Romance Others

3  

Debabrata Mishra

Romance Others

ହୃଦୟରେ ସୁନୟନା

ହୃଦୟରେ ସୁନୟନା

1 min
169


ଜୀବନର ସୁପ୍ତ ଗୁପ୍ତ ଶହେ ଦୁଃଖ ଯାଏ ଭୁଲି

ବୈଶାଖେ ଶୀତଳ ବର୍ଷା ସାଜି 

ଯେବେ ତୁମେ ଆସ ପାଖକୁ ଚାଲି, 

ଅକସ୍ମାତ ହସଫୁଟେ ଏକ ଭିନ୍ନ ଧରଣର

ଏ ଖାଲି ହୃଦୟର କୋଠରୀରେ

ସେ ଭାବନା ଯାଏ ଓଠକୁ 

ସତେ ବିଜୁଳି ପରି ତୀବ୍ର ବେଗରେ, 

ଏ ଯେଉଁ ଅନ୍ୟମନସ୍କତାର ପବନ

ମୋ' ନୀରବତାର ଗଛକୁ ଦୋହଲାଇଦିଏ, 

ଅବୁଝା ମୁଁ ନିଜେ ସବୁ ଜ୍ଞାନ ହୁଏ ଶୂନ୍ଯ

କେଉଁଠି ଥାଏ କ'ଣ ଚାହେଁ ମୁହୁର୍ତ୍ତରେ, 

ତା' ସହ ନିବିଡ଼ତା ଓ ଦୂରତା

ଦୁହିଁଙ୍କୁ ମୁଁ କାହିଁକି କେଜାଣି ପର କରିଦିଏ, 

ଟିକିଏ ହସ ତାର ଦେଲେ ଦେଖି

ମୋତେ ଖୁସିର ନଦୀଜଳ ପରି ଲାଗେ, 

କେବେ ତା'ର ବିଷାଦ ଅବଷାଦ 

ସତେ ଅସ୍ତବ୍ୟସ୍ତ କରୁଥାଏ ଭିତରେ, 

ବୀପରୀତ ସବୁ ଘଟିଯାଏ ଘଟଣା

ଏଠି ପ୍ରକୃତରେ କିଏ ବାଟବଣା ? 

ସତେ ବସାବାନ୍ଧି ସାରିଲାଣି କି ଜଣେ

ସବୁ କଳ୍ପନା ସ୍ୱପ୍ନ ବାସ୍ତବ ତ ନୁହେଁ ତେବେ

ତେବେ କାହିଁକି ଓଦାଓଦା ହୁଏ ମନ, 

ଏଇ ଛୋଟ ହୃଦୟରେ ସେ କଳ୍ପନାର ସୁନୟନା

ଛବି ତାର ମୋତେ କବି କରିବା ପ୍ରଚେଷ୍ଟାରେ

ଚେହେରା ଟା ଲିଭୁନି ଏ ଅବାଧ୍ଯ ମନରୁ

ଯାଦୁକରିଣୀ ସତେ ଆଖିରେ ଆଖିରେ

କରିଦେଇଛି କି ଚକ୍ଷୁବନ୍ଧନ ପ୍ରୀତିମନ୍ତ୍ର ଫୁଙ୍କି, 

ହୃଦୟରେ ସୁନୟନା କିଏ ଆସେ ବାରବାର

ଇଛା ହୁଏ ତା'ସହ ଏକାନ୍ତରେ ଆଳାପର

ମନହୁଏ ରଚିଦେବି ତା'ପାଇଁ ମୁଁ କାବ୍ୟଟିଏ

ନୁହେଁ କବି ଜାଣେ ତଥାପି କାନେ କହୁଥାଏ ସେ

ଲେଖିଦିଅ ମୋ' ପାଇଁ ଦୁଇଧାଡ଼ି କବିତାର ଛନ୍ଦେ, 

କଲମଟା ଚଳଚଞ୍ଚଳ ହୋଇ ହୁଏ ଛଟପଟ

କିଛି ଏଣୁତେଣୁ ଗାରେଇବା ପାଇଁ 

ତୁମେ ତ ଜୀବନ୍ତ କାବ୍ୟଟିଏ କ'ଣ ବା ଲେଖିବି

ଫେରିଯାଏ ମୁଁ ପୁଣି ନିଜ ଭିତରକୁ କିଏ ଇଏ 

କେଉଁଠୁ ଆସିଛି ସ୍ୱପ୍ନେ ସ୍ୱପ୍ନେ ବାସ୍ତବ ସାଜି

କିଏ ତାକୁ ଜାଗା ଦେଲା ଏଇ ହୃଦୟେ ମୋର

ସେ କ'ଣ ଏହି ଖାଲି ହୃଦୟର ସୁନୟନା!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance