STORYMIRROR

Prabhati Mahapatra

Tragedy Inspirational

4  

Prabhati Mahapatra

Tragedy Inspirational

ହୃଦୟର କଥା

ହୃଦୟର କଥା

1 min
263


ମା ବୋଲି ତୋତେ ଡାକି ଡାକି ମୁହିଁ

ଗଳା ମୋର ଶୁଖି ଗଲାଣି

ଟୋପାଏ ଆଶିଷ ଦେଲୁ ନାହିଁ ମୋତେ

କାହିଁକି ଲୋ ଦୁଃଖନାଶିନୀ ।

ମା ବୋଲି ତୋତେ .....

କହିବାକୁ ମୋର  କେତେ କଥା ଅଛି

ପାଇବି କୁଆଡେ ତୋତେ

କିଏ ସେ ଶୁଣିବ   ମୋ ମନର ବ୍ୟଥା

ତୋ ପରି ଅଛି କେ ମର୍ତ୍ତ୍ୟେ 

ମୋର ଦୁଃଖ ଭାର  କିବା ଭାରି ହେଲା

ଶୁଣି ନାହୁଁ ଜାଣି ଶୁଣି ।

ମା ବୋଲି ତୋତେ .....

ଯାହାକୁ ଭାବିଲି  ନିଜର ବୋଲି ମୁଁ

ସେତ ହେଲା ସାତ ପର

କାହାକୁ ନେଇ ମୁଁ ଗଢିବି କୁହ ଲୋ

ସୁନ୍ଦର ପବିତ୍ର ଘର

ଏଇ ଦୁନିଆଁରେ ତୋ ବିନା କିଏ ଲୋ

ନୟନେ ସାଜିବ ମଣି 

ମା ବୋଲି ତୋତେ ......

ରାତିର ସପନ  ମଉଳି ଯାଏ ଲୋ

ପ୍ରଭାତ ଆଲୋକେ ଧୋଇ

ଏକା ଏକା ମୋତେ ଚାଲିବା ପାଇଁକି

ଲେଖି ଦେଲୁ ବିଧି ହୋଇ

କରୁଣାମୟୀ ଲୋ କୃପା ତୋର ନାହିଁ

କେଉଁ ଦୋଷ ପାଇଁ ପୁଣି ।

ମା ବୋଲି ତୋତେ ......

ନାହିଁ ତ ଅନଳ ଜଳେ ଅନର୍ଗଳ

ନିତି ମୋର ନିଶ୍ଵ ପ୍ରାଣ

କର ଯୋଡେ ତୋତେ ଉଦ୍ଧାରିବୁ ମୋତେ

ତୋ ହାତେ ଦେଇ ମରଣ

ମୁକ୍ତି ଦିଅ ମୋର ଏ ପାପି ଜୀବନ

ଘେନ ମୋ ଅଶ୍ରୁଳ ପାଣି ।

ମା ବୋଲି ତୋତେ ......

ସବୁ ଇଛା ମୋର ତୋ ପାଦେ ରଖିଲି

ଯାହା ଥିଲା ମୋର ମନେ

ବୁଲି ବୁଲି ଯେବେ ଥକି ପଡବି ଲୋ

ଦେଖିବୁ କଠିନ ଦିନେ 

ତୁହି ମୋର ଧନ ମୁହିଁ ତୋର ରଙ୍କ

ଏଇ କଥା ମୁହିଁ ଜାଣି ।

ମା ବୋଲି ତୋତେ .......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy