STORYMIRROR

SUJATA DAS

Tragedy

3  

SUJATA DAS

Tragedy

ହୃଦୟର ଗୀତି

ହୃଦୟର ଗୀତି

1 min
206

ହସିବା କେବେଠୁ

ଭୁଲି ମୁଁ ଯାଇଛି

ତଥାପି ହସୁଛି ମିଛେ

ଲୁହକୁ କରିଛି

ଆଖିର ଗହଣା

ପଲକ ପରଦା ପଛେ.

ଗାଇବା କେବେଠୁ

ଛାଡି ମୁଁ ଦେଇଛି

ସାତ ସୂରେ ଛନ୍ଦ ତୋଳି

କୋହକୁ କରିଛି

ହୃଦୟ କୁସୁମ

ଲାଲୀମାର ରଙ୍ଗ ବୋଳି.

ଲେଖିବା କେବେଠୁ

ଭୁଲି ମୁଁ ଗଲିଣି

ଶବ୍ଦର ଫୁଲକୁ ଗୁନ୍ଥି

ଭାବିବା ଭୁଲିଛି

ଆକାଶ କୁ ଚାହିଁ

ସଜାଇ ସପନ ପେନ୍ଥି.

ଜିଇଁ ବାର ଲୋଭ

ଛାଡି ମୁଁ ଦେଇଛି

ଅନୁରାଗେ ବନ୍ଧା ହୋଇ

ହଜିବା କେବେଠୁ

ପାଶୋରି ଦେଇଛି

ରାତିର ପଣତ ଡେଇଁ.

ଜୀବନ ମୋ ପାଇଁ

ଅଭିଶାପ ଘେରା

ଦୀର୍ଘ ପାଚେରୀ ଟିଏ

ପ୍ରତିଟି ମୁହୂର୍ତ୍ତ

ସତର୍କ ଚାହାଣି

ମୋ ହସକୁ ଜଗିଥାଏ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy