STORYMIRROR

subrat kumar jena

Classics

3  

subrat kumar jena

Classics

ହୃଦୟର ଏଇ ଶୂନ୍ୟତାକୁ

ହୃଦୟର ଏଇ ଶୂନ୍ୟତାକୁ

1 min
206

ହୃଦୟର ଏଇ ଶୂନ୍ୟତାକୁ,

ଆଉ କେତେ ପଚାରି ନିରାଶ ହେବି,

ଭୁଲ କାହାର ଥିଲା ବୋଲି ?

ସମୟ ତ ଆଜି ପୁରା ଚୁପ ଚାପ,

ଭୁଲ କୁ ଭୁଲ କହୁନି,

କି ଠିକ କୁ ଠିକ ବୋଲି,

ହେଲେ ପ୍ରତିମ୍ବିଵ ସେ ବା ବୁଝିବ କାଁହୁଁ,

ସେ ଖାଲି ଜାଣେ ଛିଗୁଲେଇ ହେବା,

ପ୍ରେମର ଯନ୍ତ୍ରଣା ରେ ଲୁଣ ଛିଞ୍ଚିବା,

କେତେ ଆଉ ସହିବ ଏଇ ହୃଦୟ,

ବହୁତ ହୋଇଗଲାଣି ସହିବାର ମାତ୍ରା,

ହେଲେ ପୁଣିଥରେ ହୃଦୟ କରିବସେ ,

ଭୁଲ ପରେ ଆଉ ଗୋଟିଏ ଭୁଲ,

କେତେ ସହଜରେ ଭୁଲିଯାଏ ପୁରୁଣା କ୍ଷତକୁ,

କ୍ଷମା କରିଦିଏ ନିଜର ବୋଲି ଭାବି,

କିନ୍ତୁ ପ୍ରକୃତି ପୁଣି ବଦଳାଏ ରଙ୍ଗ,

ମିଠା ମିଠା ପ୍ରତିଶ୍ରୁତିର ବାଣ ମାରି,

ହଠାତ ଦିଏ ଶକ୍ତ ଆଘାତ,

ବିଚରା ହୃଦୟ ପୁଣି ଝଡିପଡ଼େ ଶୂନ୍ୟତାକୁ,

ସବୁ ଆଡେ ଖାଲି ଶୂନ୍ୟତା ହିଁ ଶୂନ୍ୟତା ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics