Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କୃଷ୍ଣ ପ୍ରିୟା ମହାପାତ୍ର

Romance

2  

କୃଷ୍ଣ ପ୍ରିୟା ମହାପାତ୍ର

Romance

ହୃଦୟ

ହୃଦୟ

1 min
114


ହୃଦୟ ଟେ ଅଛି ବୋଲି ତ

ଜାଣି ପାରୁଛି ଦୁଃଖ ର 

ଆଦ୍ୟ ଆଉ ଅନ୍ତ।

ହୃଦୟ ଟେ ଅଛି ବୋଲି ତ

ବାଧୁଛି ତୋ କଥା ର ସୁତୀକ୍ଷ୍ଣତୀର

ହୃଦୟ ଟେ ଅଛି ବୋଲି ତ

ତୋ ଠାରୁ ଧୋକା ଖାଇ

ନୀରବ ରହିପାରେ।

ସେଦିନ ଜାଣିଲି ହୃଦୟ ଭାଙ୍ଗେ

ହୃଦୟ ଭାଙ୍ଗି ଲେ କଷ୍ଟ ହୁଏ

ସେ କଥା ତୁ ଜାଣି ନ ଥିବୁ

ହୃଦୟର ନିଭୃତ କୋଣ ରେ ତୁ

ମୋର ଅଧିଷ୍ଠାତ୍ରୀ ଦେବୀ

ଯେତେ ଦିନ ମୋ ହୃଦୟ

ଜୀବିତ ସେତେ ଦିନ

ତୁ ପରା ବିରଜିତା

ମୋ ହୃଦୟ ସିଂହାସନ ରେ.........

ହୃଦୟ ଅଛି ବୋଲି ତ 

ସୁଖ ସବୁ ଭୋଗି ହୁଏ।

ହୃଦୟ ଅଛି ବୋଲି ତ

ସୁଖ କୁ ମାପି ହୁଏ।

ପ୍ରେମ, ପ୍ରୀତି ପ୍ରଣୟକୁ

ବାରମ୍ବାର ହୃଦୟରେ ସାଇତି ହୁଏ

ମନ ଆଉ ହୃଦୟ ର ଦୂରତା

ମାପି ଦେଖେ,

ଠିକ୍ ତୋ ଆଉ ମୋ ସମ୍ପର୍କର

ଦୂରତା କେତେ ??

ଜାଣି ଦିଏ ହୃଦୟ ଠାରୁ.......


Rate this content
Log in

Similar oriya poem from Romance