Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparajita Sarangi

Abstract Classics Inspirational

3  

Aparajita Sarangi

Abstract Classics Inspirational

ହୃଦୁଁ ଦୀପାବଳୀ!!

ହୃଦୁଁ ଦୀପାବଳୀ!!

1 min
162


ଅନ୍ଧକାରେ ବିମୋହିତ ସମଗ୍ର ଜୀବନ

ନିଦ୍ରାଶକ୍ତ ଚକ୍ଷୁ ଆଜ ହୁଏ ଆନମନ ll


ଆଲୋକର କ୍ଷୀଣ ରୂପ ଦେଖିବାର ଆଶ

ହୋଇଯାଏ ଦୂର ଧୀରେ ମନେ ଆସି ତ୍ରାସ ll


ଦର୍ପର ଗରିମା ବଳେ ହସେ ଦଶlନନ

ରହି ରହି ଶୁଭୁଥାଏ ଜାନକୀ କ୍ରନ୍ଦନ ll


ଅନ୍ତ ବେଳ ହୁଏ ଉଭା ଜାଣେନା ପାତକ

ଦଶ ଶିର ଛେଦି ପ୍ରଭୁ କଲେ ଦୂର ଶୋକ ll


ଚତୁର୍ଦ୍ଦଶ ବର୍ଷ ବନବାସ ହୁଏ ଶେଷ

ଭ୍ରାତା ଜାୟା ସଙ୍ଗେ ପ୍ରଭୁ ଯାନ୍ତି ସ୍ୱୀୟ ଦେଶ ll


ଆନନ୍ଦେ ଅଧୀର ହୋନ୍ତି ଅଯୋଧ୍ୟା ର ବାସୀ

ଉତ୍ସବ ପାଳନ୍ତି ମିଳି ହୋଇ ଖୁସି ବାସି ll


ଘରେ ଘରେ ଦୀପ ଜଳି ଚାଲେ ମହୋତ୍ସବ

ଅସତ୍ୟ ଉପରେ ସତ୍ୟ କରେ ଜୟ ସର୍ବ ll


ନିରାଶା ବିଷାଦ କଷ୍ଟ ଦୁଃଖ ଓ ଯାତନା

ଦୂରୀଭୂତ କରି ସତ୍ୟ ଉଡାଏ ତା ବାନା ll


ଉଜାଗର ରହି ଜାଳ ହୃଦ ଦୀପାବଳୀ

ବିତରଣ କରି ଚାଲ ପ୍ରୀତି ସ୍ନେହାବଳୀ ll



Rate this content
Log in

Similar oriya poem from Abstract