ହୋଲି
ହୋଲି
ବସନ୍ତ ଆସିଲେ ଫଗୁଣ ଆସଇ
ଆସିଥାଏ ରଙ୍ଗ ହୋଲି
ଛୋଟ ଠାରୁ ବଡ ବୁଢା ଠାରୁ ବୁଢୀ
ରଙ୍ଗରେ ହୋନ୍ତି ରଙ୍ଗୋଲୀ ।
ରଙ୍ଗ ପିଚିକାରୀ ହାତରେ ଧରିଣ
ମାରିଥାନ୍ତି ରଙ୍ଗ ହୋଲି
ଆନନ୍ଦ ବିଭୋର ହୋଇ ଖେଳି ଥାନ୍ତି
ଭେଦ ଭାବ ସବୁ ଭୁଲି ।
ଏଇ ରଙ୍ଗ ହୋଲି ଦ୍ବାପର ଯୁଗରେ
ଖେଳି ଥିଲେ ନନ୍ଦ ଲାଲା
ଗୋପ ବୃନ୍ଦାବନେ ଗୋପୀଙ୍କ ସାଥିରେ
କରୁ ଥିଲେ ରାସ ଲୀଳା ।
ଗୋପ ବାଳକକୁ ସଙ୍ଗତରେ ଧରି
ସଙ୍ଗରେ ରୋହିଣୀ ସୂତ
ରାଧା ସହିତରେ ଗୋପୀଙ୍କ ସାଥିରେ
ଖେଳେ ମାତିଲେ ବହୁତ ।
ଲଉଡି ଖେଳିଲେ ହାତେ ବଡି ଧରି
ମାରି ଦେଲେ ରଙ୍ଗ ହୋଲି
ବଇଁଶୀ ସୁରରେ ହୋଇଲେ ବିଭୋର
ଖେଳିଲେ ସେ ରଙ୍ଗ ହୋଲି ।
କାହ୍ନୁ ବାହୁ ଡୋରେ ଛନ୍ଦି ହେଇ ରାଧା
ଅବିରକୁ ଦେଲେ ବୋଳି
ରଙ୍ଗ ପିଚିକାରୀ କାହ୍ନୁ ମାରିଦେଲେ
ଲାଜରେ ରାଧା ଝାଉଁଳି ।
ଗୋପ ଦାଣ୍ଡେ ରାଧା ଧାଇଁ ବୁଲୁ ଥାନ୍ତି
ପଛେ ପଛେ କଳା କାହ୍ନୁ
ଫଗୁ ଅବିରରେ ଗୋଧୋଇ ଦେଲେ ସେ
ଭିଜିଗଲା ରାଧା ତନୁ ।
କଥାରେ ରହିଛି କଂସକୁ ମାରିଲେ
ମଥୁରାକୁ କୃଷ୍ଣ ଯାଇ
କଂସ ମୃତ୍ୟୁ ପରେ ହୋଲି ସେ ଖେଳିଲେ
ମଥୁରା ନଗରେ ସେଇ ।
ଆଉ କିଏ କହେ ସତ୍ୟର ଯୁଗରୁ
ଏଇ ହୋଲି ପ୍ରଚଳିତ
କିମ୍ବଦନ୍ତୀ ତାର ପ୍ରମାଣ କରିଛି
ଦୃଷ୍ଟାନ୍ତ ଦିଏ ବହୁତ ।
ପ୍ରହ୍ଲାଦ ମାରିବା ପାଇଁ ହିରାଣାକ୍ଷ
ଚକ୍ରାନ୍ତ ବହେ କରିଲା
ଭଗ୍ନି ହୋଲିକାକୁ ଡକେଇ ପଠେଇ
ପୋଡିବା ବ୍ୟବସ୍ଥା କଲା ।
ହୋଲିକା ଦହନ କରି ଦେଲେ ପ୍ରଭୁ
ଭକ୍ତକୁ ବଞ୍ଚେଇ ଥିଲେ
ସେଇ ଦିନୁ ହୋଲି ଖେଳ ହେଉଅଛି
ପୁରାଣ କହଇ ଭଲେ ।
ଯିଏ ଯାହା କହୁ ଯୁକ୍ତି ତର୍କ ନାହିଁ
ଗୋଟିଏ କଥା ନିଶ୍ଚତ
ହୋଲି ଖେଳ ପ୍ରଭୁ ନିଜେ ଖେଳି ଥିଲେ
ଖେଳୁଛେ ଆମେ ବହୁତ ।
ଡିଜେକୁ ବଜେଇ ମାରି ପିଚିକାରୀ
ନାଚ ଗୀତେ ଯାନ୍ତି ଖେଳି
ସପତ ରଙ୍ଗରେ ଖେଳ ଜମୁଥାଏ
ଦାଣ୍ଡ ପଡଇ ଉଛୁଳି ।
ବରଷକୁ ଥରେ ଆସେ ରଙ୍ଗ ହୋଲି
କେତେ ଖୁସି ଲାଗୁ ଥାଏ
ଏଇ ରଙ୍ଗ ହୋଲି ଏମିତି ଗୋଟିଏ
ସବୁରି ମନକୁ ଛୁଏଁ ।