STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ହୋଇଛି ଆମ ଅସ୍ମିତା ସମାଧିସ୍ଥ

ହୋଇଛି ଆମ ଅସ୍ମିତା ସମାଧିସ୍ଥ

1 min
9


ଆଜ ଗ୍ରୀଷ୍ମ ଅବକାଶ ଶେଷରେ, ଏଇ 

ଗ୍ରୀଷ୍ମଦଗ୍ଧ ଅପରାହ୍ଣରେ, 

ସନ୍ଧ୍ୟା ହୋଇ ଆସିବାର ବେଳେ, ନିଦାଘ 

ରବି ବୃକ୍ଷାବଳୀର ଆଢୁଆଳରେ |୧|


ଜଳ ଜଳ କରି ଲୁଚି ଯାଉଛନ୍ତି ସୂରୁଜ 

ଆକାଶର ବଳୟ ପରିଧିରେ,

ବିଚିତ୍ର ସେ ଅସ୍ତାୟମାନ ଅବସ୍ଥା, ରକ୍ତିମ 

ବର୍ଣ୍ନିତ ଦୂରବିସ୍ତୃତ ଦିଗ୍ ବଳୟରେ |୨|


ଦୀର୍ଘକାଳୀନ ଦିବସର ଅବସାନ ସମୟରେ

ମନେ ଉଠେ ପ୍ରଶ୍ନ, 

କି ହୋଇଛି ଆଜ ଦିନ, ନଗରର ଆଭରଣ 

ସଂସ୍ପର୍ଶରେ ସଂସ୍କୃତିର ବିବର୍ତ୍ତନ |୩|


ଜ୍ୟୋତିରେଖା ଭାସିଉଠେ କିପରି ସବୁ ସୁଦୂର

ପରାହତ ଗତି ଆଗରେ

ପୃଥିବୀ ଆଜି ଦଣ୍ଡାୟମାନ ଦୂଷିତ ଲାଞ୍ଛନାମୟ 

ପରିବେଶର ତାଲିକାରେ |୪|


ଦୁଃଖ ହେଉ ସୁଖ ହେଉ, ସମୟର ସ୍ରୋତ 

ତ ହୁଏ ନିରନ୍ତର ପ୍ରବାହିତ 

ଜନନୀ ଓଡ଼ିଶାର ବିଭିନ୍ନ ପ୍ରାନ୍ତରର ବନରାଜି 

ହୋଇଛି ଆମ ଅସ୍ମିତା ସମାଧିସ୍ଥ |୫|


ଶୈଶବର ସ୍ମୃତିସଜଳ ପରିମାପକ ବାଳୁତଙ୍କ 

ଲୁଚକାଳି ମନମତାଣିଆ ଖେଳ

ଗ୍ରାମ ଭିତରେ ଦେଖିବାକୁ ନାହିଁ ଏବେ ସେହି 

ଦୁର୍ନିରୀକ୍ଷ ଆଖି, କି ହେଲା ଏ ବେଳ |୬|



Rate this content
Log in

Similar oriya poem from Abstract