STORYMIRROR

ସନାତନ ଦାସ

Abstract

3  

ସନାତନ ଦାସ

Abstract

ହଜିଲା ସ୍ମୃତି

ହଜିଲା ସ୍ମୃତି

1 min
233

ସ୍ମୃତି ତୁମେ କଂଅଳ ଶିଶୁର ହସଟିଏ,

ସ୍ମୃତି ତୁମେ ବାଲିଘରର ସାଥୀଟିଏ,

ଆଉ କେବେ ମଶାଣି ଭୁଇଁରେ....

ଯୁଇ ଜଳି ଗଲା ପରେ

ମୁଠାଏ ପାଉଁଶର ସ୍ତୁପଟିଏ ।।


କେବେ ପୁଣି ଗାଧୁଆ ତୁଠରେ

ପାଦ ଘଷା ମୁଗୁନି ପଥରଟିଏ

କୁଆଁରୀ ପାଦର ଚିହ୍ନ ଟିଏ..

କେବେ ପୁଣି ଗୋଧୂଳି ଲଗନେ

ଭାବ ଦିଆ ନିଆ କ୍ଷଣ ଟିଏ.. ।।


ସ୍ମୃତି କେବେ ଚାଟଶାଳୀରୁ

ମହାବିଦ୍ୟାଳୟ ଯାଏ ଗପଟିଏ

କେବେ ପୁଣି ଶୈଶବରୁ ମରଣର

ଅଫିଟା ସୂତାର ଗଣ୍ଠି ଟିଏ..।।


ସ୍ମୃତି ରେ ସ୍ମୃତିକୁ ଖୋଜିବାକୁ ଯାଇ

ମୁଁ ହଜିଯାଇଥିବା ପଥିକଟିଏ,

ମରୀଚିକା ପଛେ ଧାଇଁ ଧାଇଁ

କାଳର ସ୍ରୋତରେ ଭାସିଯାଇଥିବା ସ୍ମୃତି ଟିଏ.।।



Rate this content
Log in

Similar oriya poem from Abstract